Sports

ଟିମ୍ ଇଣ୍ଡିଆକୁ ଇମ୍ରାନଙ୍କ ଅଭିନନ୍ଦନ

  •  
  • 1
  •  
  •  
  •  
  •  
  •  
    1
    Share

ଇସଲାମାବାଦ: ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଯେଉଁ ଐତିହାସିକ ଉପଲବ୍ôଧ ହାସଲ କରିଛି, ତାହାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁନ୍ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ରେ ଭାରତର ଏହି ବିଜୟ କୌଣସି ଏକ ଏସିଆନ୍ ଟିମ୍ ଦୃଷ୍ଟିରୁ ପ୍ରଥମ । ଇମ୍ରାନ୍ ଟୁଇଟ୍ କରି କହିଛନ୍ତି, “ମୁଁ ବିରାଟ କୋହଲି ଓ ଭାରତୀୟ କ୍ରିକେଟ୍ ଟିମ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।’ ଅଷ୍ଟ୍ରେଲିଆ ମାଟିରେ ଭାରତ ଏହି ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ଏକ ଐତିହାସିକ ଘଟଣା । ବର୍ତ୍ତମାନ ସମୟରେ ଭାରତ ଏକ ଶ୍ରେଷ୍ଠ ଟିମ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିବା ଏକ ମହତ୍ୱପୂର୍ଣ୍ଣ ଘଟଣା ବୋଲି ସେ କହିଛନ୍ତି । ସେହିପରି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତି ବିଶେଷ ଐତିହାସିକ ସିରିଜ୍ ବିଜୟ ପାଇଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...