Home ଖେଳ ଭାରତୀୟ ବିଶ୍ୱକପ୍ ଦଳ ଘୋଷଣା : ଦିନେଶ କାର୍ତ୍ତିକ, ବିଜୟ ଶଙ୍କର ସାମିଲ

ଭାରତୀୟ ବିଶ୍ୱକପ୍ ଦଳ ଘୋଷଣା : ଦିନେଶ କାର୍ତ୍ତିକ, ବିଜୟ ଶଙ୍କର ସାମିଲ

ନୂଆଦିଲ୍ଲୀ : ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହୋଇଛି । ଏହି ଦଳରେ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷିଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ବହୁ କଳ୍ପନାଜଳ୍ପନା ପରେ ବିଶ୍ୱକପ ଦଳରେ ଦ୍ୱିତୀୟ ଉଇକେଟ କିପର ଭାବରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି । ସେହିପରି ଦଳର ଅଧିନାୟକ ଦାୟିତ୍ୱ ବିରାଟ କୋହଲିଙ୍କୁ ମିଳିଥିବା ବେଳେ ଉପ ଅଧିନାୟକ ଭାବେ ରୋହିତ ଶର୍ମା ଦଳରେ ରହିଛନ୍ତି । ସେହିପରି ଅତିରିକ୍ତ ଓପନର ଭାବରେ କେଏଲ୍ ରାହୁଲଙ୍ୁ ସୁଯୋଗ ମିଳିଛି । ମିଡିଲ ଅର୍ଡର ପାଇଁ ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, କେଦାର ଯାଦବ ରହିଥିବା ବେଳେ ଉଇକେଟ କିପର ଭାବେ ମହେନ୍ଦ୍ର ସିଂ ଧୋନୀ ସ୍ଥାନ ପାଇଛନ୍ତି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିଛି । ସ୍ପିନ ବୋଲର ଭାବେ ୟୁ. ଚହଲ ଓ କୁଲଦୀପ ଯାଦବ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ପେସର ଭାବେ ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ଜସପ୍ରିତ ବୁମାର ରହିଛନ୍ତି । ଏ ସଂପର୍କରେ ବିସିସିଆଇ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଘୋଷଣା କରିଛନ୍ତି । ମୁଖ୍ୟ ଚୟନ କର୍ତ୍ତା ଏମ୍ଏସ୍କେ ପ୍ରସାଦ ଓ ଚନୟ କମିଟିର ସଦସ୍ୟମାନେ ଏହି ଦଳ ଘୋଷଣା କରିଛନ୍ତି ।
ଭାରତୀୟ ଦଳ-ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଏମ୍ ଏସ୍ ଧୋନୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁ. ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା ଓ ମହମ୍ମଦ ସାମୀ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...