Sports

ଯୁବିଙ୍କୁ ବେସ ପ୍ରାଇସରେ କିଣି ଫ୍ରାଞ୍ଚାଇଜ ଇତିହାସର ସବୁଠାରୁ ବଡ଼ ଫାଇଦା ପାଇଛି

  •  
  • 2
  •  
  •  
  •  
  •  
  •  
    2
    Shares

ନୂଆଦିଲ୍ଲୀ :  ଜୟପୁରଠାରେ ଆୟୋଜିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବରିଷ୍ଠ ଅଲରାଉଣ୍ଡର ଯୁବରାଜ ସିଂ(ଯୁବି)ଙ୍କୁ ଏକ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ମାତ୍ର ଫ୍ରାଞ୍ଚାଇଜ ମାଲିକ ଆକାଶ ଅମ୍ବାନୀ କହିଛନ୍ତି, ତିନିଥର ଚାମ୍ପିୟନ ମୁମ୍ବାଇ ଦଳ ଯୁବିଙ୍କୁ ଏକ କୋଟି ଟଙ୍କାରେ ପାଇବ ବୋଲି ଆଶା ନ ଥିଲା। ଯୁବିଙ୍କୁ ବେସ ପ୍ରାଇସରେ କିଣି ଫ୍ରାଞ୍ଚାଇଜ ଇତିହାସର ସବୁଠାରୁ ବଡ଼ ଫାଇଦା ପାଇଛି। ଦଳରେ ଏବେ ବହୁ ଯୁବ ଖେଳାଳି ଥିବାରୁ ଆମେ ଅଭିଜ୍ଞ ଖେଳାଳିଙ୍କ ଉପରେ ଫୋକସ ରଖିଥିଲୁ। ଏହି ଖେଳାଳି ଦଳ ପାଇଁ ଆଗାମୀ ସିଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏଥିରେ କୌଣସି ସନ୍ଦେହ ନାହିଁ। ଆହୁରି ଲାସିଥ ମାଲିଙ୍ଗାଙ୍କ ଲାଗି ଅଧିକ ବଜେଟ କରିଥିଲୁ। ସେ ଲିଗ୍‌ ଇତିହାସର ସଫଳତମ ବୋଲର। ତାଙ୍କୁ ବେସ୍‌ ପ୍ରାଇସରେ ପାଇବା ପାଇଁ କଦାପି ଚିନ୍ତା କରି ନ ଥିଲୁ। ସେ ଦଳରେ ସାମିଲ ହେବା ଦ୍ୱାରା ଯୁବ ଖେଳାଳିଙ୍କୁ ଠିକ୍‌ ମାର୍ଗ ଦର୍ଶନ ହୋଇପାରିବ। ଉଭୟ ଖେଳାଳି ଟି୨୦ ଫର୍ମାଟରେ ସମସ୍ତ ଟ୍ରଫି ହାତେଇ ସାରିଛନ୍ତି ବୋଲି ଆକାଶ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପରେ କହିଛନ୍ତି। ୩୭ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଗ ଭଳି ପ୍ରଦର୍ଶନ କରିପାରୁ ନାହାନ୍ତି। ଏଥିଯୋଗୁ ପ୍ରଥମ ରାଉଣ୍ଡରେ ତାଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଇଚ୍ଛା ପ୍ରକାଶ କରି ନ ଥିଲେ। ଦ୍ୱିତୀୟ ରାଉଣ୍ଡରେ ଯୁବିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ନିଲାମ ପ୍ରକ୍ରିୟାରେ ୨୦ ବିଦେଶୀଙ୍କ ସମେତ ମୋଟ ୬୦ ଖେଳାଳିଙ୍କୁ ୮ ଫ୍ରାଞ୍ଚାଇଜ କିଣିଥିଲେ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...