Sports

ମହିଳା ବିଶ୍ୱ ଟି-୨୦ ଖେଳସୂଚୀ ଘୋଷଣା : ୯ରୁ ଭାରତର ଅଭିଯାନ

ଦୁବାଇ: ଅଇସିସି ମହିଳା ବିଶ୍ୱ ଟି-୨୦ର ଖେଳସୂଚୀ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏଥିରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ । ସେମାନଙ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଭାରତର ଅଭିଯାନ ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ । ଭାରତ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ୍କୁ ଭେଟିବ । ସେହିପରି, ସେହିଦିନ ୱେଷ୍ଟଇଣ୍ଡିଜ୍ ବାଂଲାଦେଶ ବିପକ୍ଷରେ ଖେଳି ତା’ର ଅଭିଯାନ ଆରମ୍ଭ କରିବ । ଘୋଷିତ ଖେଳସୂଚୀ ଅନୁଯାୟୀ ନଭେମ୍ବର ୨୪ ତାରିଖରେ ଆଣ୍ଟିଗୁଆରେ ଫାଇନାଲ୍ ଅନୁଷ୍ଠିତ ହେବ । ଗ୍ରୁପ୍ ଏରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ରଖାଯାଇଥିବା ବେଳେ ଗ୍ରୁପ୍ ବିରେ ଆୟର୍ଲାଣ୍ଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଭାରତକୁ ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୧୬ ଦିନ ଧରି ଚାଲିବ । ନଭେମ୍ବର ୯ରେ ଗ୍ରୁପ୍ ବି’ର ପ୍ରଥମ ମ୍ୟାଚ୍ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ଗୁଆନାରେ ଅନୁଷ୍ଠିତ ହେବ । ନଭେମ୍ବର ୧୦ରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁକାବିଲା ହେବ । ୧୧ ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମଟି ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଓ ଅନ୍ୟଟି ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍ଟି ସେଣ୍ଟ ଲୁସିଆ ଓ ଦ୍ୱିତୀୟ ମ୍ୟାଚ୍ ଗୁଆନାରେ ଖେଳାଯିବ । ୧୨ ତାରିଖରେ ଗ୍ରୁପ୍ ବି’ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ଆୟର୍ଲାଣ୍ଡକୁ ଭେଟିବ । ୧୩ ତାରିଖରେ ଦୁଇଟି ମ୍ୟାଚ୍ ଅଛି । ପ୍ରଥମଟିରେ ଗ୍ରୁପ୍ ଏ’ର ଇଂଲଣ୍ଡ ଓ ବାଂଲାଦେଶ ପରସ୍ପରକୁ ସେଣ୍ଟ ଲୁସିଆରେ ଭେଟିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ୧୪ ତାରିଖରେ ଥିବା ଦୁଇଟି ମ୍ୟାଚ୍ ମଧ୍ୟରୁ ପ୍ରଥମଟିରେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ଓ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା-ବାଂଲାଦେଶ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୫ ତାରିଖରେ ତିନୋଟି ମ୍ୟାଚ୍ ଖେଳାଯିବ । ସେଣ୍ଟ ଲୁସିଆରେ ଶ୍ରୀଲଙ୍କା ଓ ବାଂଲାଦେଶ ଏବଂ ସେହିଦିନ ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ତୃତୀୟ ମ୍ୟାଚ୍ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ । ୧୬ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ କାର୍ଯ୍ୟକ୍ରମ ରହିଛି । ୧୭ ତାରିଖରେ ହେବାକୁ ଥିବା ତିନୋଟି ମ୍ୟାଚ୍ ହେଉଛି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା, ୱ୍ଷେ୍ଟଇଣ୍ଡିଜ୍-ଶ୍ରୀଲଙ୍କା ଓ ଭାରତ- ଅଷ୍ଟ୍ରେଲିଆ । ୧୮ ତାରିଖରେ ଗ୍ରୁପ୍ ବି’ରେ ନ୍ୟୁଜିଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ଗୋଟିଏ ମ୍ୟାଚରେ ପରସ୍ପରକୁ ଟକ୍କର ଦେବାକୁ ଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍- ଇଂଲଣ୍ଡକୁ ସାମ୍ନା କରିବ । ସେହିପରି, ୧୯ ତାରିଖରେ ସେଣ୍ଟ ଲୁସିଆରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ମଧ୍ୟରେ ଖେଳାଯିବ ।

Loading...

Join The Discussion

Loading...