Home ଖେଳ ବିଶ୍ୱକପ ପୂର୍ବରୁ ଶେଷ ସିରିଜ : ୨ରୁ ୩ ଖେଳାଳିଙ୍କ ଉପରେ ନଜର

ବିଶ୍ୱକପ ପୂର୍ବରୁ ଶେଷ ସିରିଜ : ୨ରୁ ୩ ଖେଳାଳିଙ୍କ ଉପରେ ନଜର

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା (ଦିନିକିଆ, ଟେଷ୍ଟ) ବିଜୟ ପରେ ଘରୋଇ ପରିବେଶରେ ଭାରତୀୟ କ୍ରିକେଟ୍ ଦଳ ଲଗାତାର ଦୁଇଟି ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଅପ୍ରତ୍ୟାଶିତ ଭାବେ ୦-୨ରେ ହାରିଯାଇଛି। ଟ୍ବେଣ୍ଟି-୨୦ରେ କରିଥିବା ଭୁଲକୁ ସୁଧାରିବା ଲାଗି ଅବଶ୍ୟ ଭାରତ ପାଖରେ ଏବେ ଏକ ଭଲ ସୁଯୋଗ ପହଞ୍ଚିଛି। ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳା ଶନିବାରଠାରୁ ଆରମ୍ଭ ହେଉଛି। ପ୍ରଥମ ମୁକାବିଲା ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ଖେଳାଯିବ। ବିଶ୍ବକପ୍ ପୂର୍ବରୁ ଶେଷ ଶୃଙ୍ଖଳା ହୋଇଥିବାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହାର ମହତ୍ବ ବଢ଼ିଯାଇଛି। ସେଥିପାଇଁ ବିଶ୍ବକପ୍ ପୂର୍ବରୁ ଦଳୀୟ ସନ୍ତୁଳନ ସଜାଡ଼ିବା ଲାଗି ଭାରତ ପାଇଁ ଏହା ଶେଷ ସୁଯୋଗ ହୋଇଛି। ଏହା ପରେ ଅବଶ୍ୟ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲ୍‌ରେ ଦେଖାଯିବେ। ତେବେ ଏହି ଶୃଙ୍ଖଳା ପରେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଅଭିଜ୍ଞତା କରିବାର ସୁଯୋଗ ପାଇବେ ନାହିଁ। ଏହି ଶୃଙ୍ଖଳା ମଧ୍ୟ ଲୋକେଶ ରାହୁଲ, ଋଷଭ ପନ୍ତ୍‌ ଓ ବିଜୟ ଶଙ୍କରଙ୍କ ଭଳି ଖେଳାଳିଙ୍କ ପାଇଁ ନିଜ ନିଜର ବିଶ୍ବକପ୍ ଦାବିଦାରି ଉପସ୍ଥାପନା କରିବା ଲାଗି ଶେଷ ସୁଯୋଗ ହେବ। ଅଷ୍ଟ୍ରେଲିଆ କିନ୍ତୁ ଭାରତ ବିପକ୍ଷ ଶୃଙ୍ଖଳା ପରେ ୟୁଏଇରେ ପାକିସ୍ତାନ ବିପକ୍ଷରେ ଆଉ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଟ୍ବେଣ୍ଟି-୨୦ରେ ଭାରତକୁ ଭାରତ ମାଟିରେ ହରାଇଥିବାରୁ କଙ୍ଗାରୁ ଖେଳାଳିଙ୍କ ମନୋବଳ ମଧ୍ୟ ଢେର ଉଚ୍ଚରେ ଥିବ। ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟର ମୁଖ୍ୟ ନାୟକ ଗ୍ଲେନ୍ ମ୍ୟା‌କ୍ସୱେଲ୍ ଦିନିକିଆ ଶୃଙ୍ଖଳାରେ ମଧ୍ୟ ନିଶ୍ଚିତ ଭାବେ ଭାରତୀୟ ବୋଲରଙ୍କ ମୁଣ୍ଡବ୍ୟଥାର କାରଣ ହେବେ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...