Sports

ପୃଥ୍ୱୀ ଜଣେ ଭଲ ଓପନର ହେବାର ସମସ୍ତ ଲକ୍ଷଣ ରଖିଛନ୍ତି : ଭେଙ୍ଗସରକାର

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ଉପରେ ଏବେ ସମସ୍ତଙ୍କ ନଜର ।ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ବହୁ ପୂର୍ବତନ କ୍ରିକେଟରଙ୍କୁ ଆନନ୍ଦିତ ଓ ବିସ୍ମିତ କରିଛି । ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ଭେଙ୍ଗସରକାର ଅନ୍ୟତମ । ସେ କହିଛନ୍ତି ଯେ, ପୃଥ୍ୱୀ ଜଣେ ଭଲ ଓପନର ହେବାର ସମସ୍ତ ଲକ୍ଷଣ ରଖିଛନ୍ତି । ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଓପନିଂ ବ୍ୟାଟ୍ସମ୍ୟାନ୍ ବଛାଯିବା ବେଳେ ତାଙ୍କୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରାଯିବା ଉଚିତ୍ ହେବ । ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ହେଉଛି ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ । ପଦାର୍ପଣ ମ୍ୟାଚ୍ରେ ପ୍ରଥମ ଦିନରେ ଶତକ କରି ସେ ତାଙ୍କ ନାମରେ ରେକର୍ଡ଼ ସୃଷ୍ଟି କରିଛନ୍ତି । ପଦାର୍ପଣ ମ୍ୟାଚ୍ରେଶତକ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଭେଙ୍ଗସରକାର କହିଛନ୍ତି ଯେ, ୧୮ ବର୍ଷ ବୟସରେ ତାଙ୍କଠାରେ ଯେଉଁ ରନ୍ କ୍ଷୁଧା ରହିଛି, ତାହା ବାସ୍ତବିକ ଚମତ୍କାର । ସେ ଅଭୁତପୂର୍ବ ଶକ୍ତି ଓ କ୍ଷମତା ଦେଖାଇଛନ୍ତି । ସେ ଯେଭଳି ଭାବରେ ଖେଳୁଛନ୍ତି ତାହା ଏକ ପରିପକ୍ୱ ବ୍ୟାଟ୍ସମ୍ୟାନ୍ ଭଳି ଲାଗୁଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଦଳ ଚୟନ କରିବା ବେଳେ ପୃଥ୍ୱୀଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ଭେଙ୍ଗସରକାର କହିଛନ୍ତି । ଗତବର୍ଷ ପୃଥ୍ୱୀ ମୁମ୍ବାଇ ରଣଜୀ ପାଇଁ ଖେଳିଥିଲେ । ସେତେବେଳେ ଭେଙ୍ଗସରକାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ର ଉପସଭାପତି ଥିଲେ । ରଣଜୀ ମ୍ୟାଚ୍ରେ ଭେଙ୍ଗସରକାର ତାଙ୍କର ପ୍ରଦର୍ଶନରେ ଅଭିଭୂତ ହୋଇଥିଲେ । ଏବେ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ତାଙ୍କର ବ୍ୟାଟିଂ ପ୍ରଦର୍ଶନକୁ ନେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...