Sports

ରୋମାଞ୍ଚକର ମ୍ୟାଚରେ ହରିଲା ଭାରତ, ୨-୧ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

  •  
  • 1
  •  
  •  
  •  
  •  
  •  
    1
    Share

ହାମିଲଟନ: ଆଜି ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୪ ରନ୍ରେ ହରାଇ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି । ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ଭାରତ ନିରାଶ ହୋଇଛି । ଆଜିର ଏହି ମ୍ୟାଚ୍ଟି ବହୁ ରୋମାଞ୍ଚକର ଥିଲା । ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା । ଦୁଇ ଓପନର ଟିମ୍ ସେଲଫଟ୍ (୪୩) ଓ କୋଲିନ୍ ମୁର୍ଣ୍ଣୋ (୭୨)ଙ୍କ ଧୂଆଁଧାର ବ୍ୟ।।ଟିଂ ଓ ତା’ପରେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟଶଣ୍ଡ ୨୧୨ ରନ୍ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ କେନ୍ ୱିଲିୟମସନ୍ ୨୭, କୋଲିନ୍ ଗ୍ରାଣ୍ଡସ୍କମ୍ବ ୩୦, ଡାରିଲ୍ ମିଚେଲ୍ ୧୯ ଓ ରସ୍ ଟେଲର ୧୪ ରନ୍ କରିଥିଲେ । ବୋଲିଂରେ କୁଲଦୀପ ଯାଦଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ଖଲିଲ୍ ଅହମ୍ମଦ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଜବାବରେ ୨୧୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଖୁବଶୀଘ୍ର ଓପନର ଶିଖର ଧାୱନ (୫)ଙ୍କୁ ହରାଇ ଅଡୁଆରେ ପଡ଼ିଯାଇଥିଲା । ତଥାପି ଅଧିନାୟକ ରୋହିତ ଶର୍ମା (୩୮) ଓ ବିଜୟ ଶଙ୍କର (୪୩) ମ୍ୟାଚ୍କୁ ଜିତାଇବା ପାଇଁ ଶତ ଚେଷ୍ଟା କରିଥିଲେ । ବିଜୟ ଶଙ୍କରଙ୍କ ଆଉଟ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ରୋହିତ ମଧ୍ୟ ଦଳୀୟ ସ୍କୋରକୁ ଧିରେ ଧିରେ ଆଗକୁ ନେଇଥିଲେ । ଧୋନି ମାତ୍ର ୨ ରନ୍ କରି କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିଲେ । କିନ୍ତୁ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ (୩୩, ୪ ଛକ୍କା), କ୍ରୁନାଲ୍ ପାଣ୍ଡ୍ୟା (୨୬, ୨ ଚୌକା, ୨ ଛକ୍କା) ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ମଧ୍ୟ ୨୦୮ରେ ସୀମିତ ରହିଥିଲା ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...