Home ଖେଳ ଯୁବରାଜ କହିଲେ ଧୋନୀ ବିଶ୍ୱକପରେ ଯୁବ ଖେଳାଳିଙ୍କ ମାର୍ଗଦର୍ଶକ ସାଜିବେ

ଯୁବରାଜ କହିଲେ ଧୋନୀ ବିଶ୍ୱକପରେ ଯୁବ ଖେଳାଳିଙ୍କ ମାର୍ଗଦର୍ଶକ ସାଜିବେ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଭେଟରାନ୍‌ କ୍ରିକେଟ୍‌ର ଯୁବରାଜ ସିଂହ ଆଜି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ବିଶ୍ୱକପ୍‌ ଭାରତ ଜିତିବାକୁ ହେଲେ ଧୋନିଙ୍କ ଉପସ୍ଥିତି ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବିରାଟ୍ କୋହଲିଙ୍କ ସେନାକୁ ଗାଇଡ୍ କରିବା ସହ ଟୁର୍ଣ୍ଣାମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଭୂମିକା ତୁଲାଇବେ ବୋଲି ଯୁବରାଜ କହିଛନ୍ତି।୨୦୧୧ ବିଶ୍ୱକପରେ ମ୍ୟାନ୍ ଅଫ ଦି ସିରିଜ୍ ପାଇଥିବା ଯୁବରାଜଙ୍କୁ ଆଗାମୀ ବିଶ୍ୱକପରେ ଧୋନି ଫ୍ୟାକ୍ଟର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି, “ମୋ ମତରେ ଧୋନିଙ୍କ ପାଖରେ ଏକ ଚତୁର କ୍ରିକେଟ୍‌ ବ୍ରେନ୍‌ ରହିଛି। ୱିକେଟ୍ ପଛରେ ରହି ପୂରା ମ୍ୟାଚକୁ ମନିଟର କରିବା ସବୁଠାରୁ ଭଲ ସ୍ଥାନ। ଧୋନି ଏହି କାମକୁ ଦୀର୍ଘ ବର୍ଷ ହେଲା ବେଶ ଶାଣିତ ଢଙ୍ଗରେ କରି ଆସୁଛନ୍ତି। ସେ ସବୁଠାରୁ ଭଲ ଅଧିନାୟକ। ସେ ଯୁବ ଖେଳାଳି ଓ ବିରାଟଙ୍କ ସହ ରହି ପୂରା ଟିମ୍‌କୁ ଗାଇଡ୍‌ କରୁଛନ୍ତି। ତେଣୁ ବିଶ୍ୱକପ୍‌ରେ କୌଣସି ନିଷ୍ପତ୍ତି ନେବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରିବ। ଅଷ୍ଟ୍ରେଲିଆରେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ। ପୂର୍ବରୁ ସେ ଯେମିତି ବଲକୁ ମାରୁଥିଲେ ଏବେ ସମାନ ଢଙ୍ଗରେ ଖେଳୁଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁବି। ତେବେ ଧୋନି କେଉଁ ନମ୍ବରରେ ବ୍ୟାଟିଂ କରିବେ, ସେକଥା ତାଙ୍କୁ ପଚାରିବା ଦରକାର।”ଖରାପ ଫର୍ମ ପାଇଁ ଯୁବରାଜ ନିୟମିତ ଟିମ୍‌ରୁ ବାହାରେ ରହୁଛନ୍ତି। ଚଳିତ ଆଇପିଏଲ୍‌ରେ ତାଙ୍କୁ କୌଣସି ଟିମ୍‌ ପ୍ରଥମ ରାଉଣ୍ଡରେ କିଣି ନଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ମୁମ୍ବାଇ ତାଙ୍କୁ ମୂଳଦର ୧ କୋଟି ଟଙ୍କାରେ ହିଁ କିଣିଛି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...