Sports

ଆଡିଲେଡ୍ ବିଜୟ ପରେ କ’ଣ କହିଲେ ଶାସ୍ତ୍ରୀ, ଆସନ୍ତୁ ଜାଣିବା

  •  
  • 5
  •  
  •  
  •  
  •  
  •  
    5
    Shares

ଆଡିଲେଡ୍ : ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିବା ପରେ କୋଚ୍ ରବି ଶାସ୍ତ୍ରୀ ଖେଳାଳିଙ୍କ ବିଶ୍ରାମ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଲାଗ୍ ଲାଗ୍ ଟୁର୍ଣ୍ଣାମେଣ୍ଟ ଖେଳିବା ଦ୍ୱାରା ଖେଳାଳିମାନଙ୍କର ଫିଟ୍ନେସ୍ ଉପରେ କୁପ୍ରଭାବ ପଡ଼ିପାରେ । ଏହା ଆସନ୍ତା ବିଶ୍ୱକପ୍ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଅଷ୍ଟ୍ରେଲିଆରେ ଭାରତୀୟ ଦଳ ଦମ୍ଦାର ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି । ବର୍ତ୍ତମାନ ଖେଳାଳିମାନେ ଲମ୍ବା ବିଶ୍ରାମ ନେବା ଦରକାର । ତା’ହେଲେ ଆମ ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି । ଶାସ୍ତ୍ରୀ କହିଲେ ଯେ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ବିପର୍ଯ୍ୟୟ ପରେ ଭାରତକୁ ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଂଲଣ୍ଡରେ ଆମେ ପ୍ରଥମ ଟେଷ୍ଟରେ ୩୧ ରନ୍ରେ ହାରିଥିଲୁ । ସେହିପରି, ଦକ୍ଷିଣ ଆଫ୍ରିକାରେ ମଧ୍ୟ ପ୍ରଥମ ଟେଷ୍ଟରେ ଦଳ ପରାଜିତ ହୋଇଥିଲା । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସଫଳତା ଆମ ପାଇଁ ଏକ ବଡ଼ ଆଶ୍ୱସ୍ତି । ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପର୍ଥ ଯାତ୍ରା କରିବ । ତାହା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ । ସେହି ମ୍ୟାଚ୍ରେ ଭାରତର ଦ୍ରୁତ ବୋଲରମାନଙ୍କର ନିର୍ଣ୍ଣାୟକ ଭୂମିକା ରହିବ ବୋଲି ଶାସ୍ତ୍ରୀ ଅନୁମାନ କରୁଛନ୍ତି । ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍ ଆବଶ୍ୟକ । ବର୍ତ୍ତମାନ କ୍ରିକେଟରମାନେ କିଛିଟରା ବିଶ୍ରାମ ନେବାର ଆବଶ୍ୟକତା ରହିଛି । ପ୍ରଥମ ଟେଷ୍ଟର ଫଳାଫଳ ଦୃଷ୍ଟିରୁ ଦ୍ୱିତୀୟ ଟେଷ୍ଟ ଆହୁରି ସଂଘର୍ଷପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ଦୃଷ୍ଟିରୁ ବୋଲରରମାନଙ୍କୁ ଅତି ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...