Home ଖେଳ ୧୦ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଜିତିଲା ଇଣ୍ଡିଜ୍

୧୦ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଜିତିଲା ଇଣ୍ଡିଜ୍

ଆଣ୍ଟିଗୁଆ : ଦୀର୍ଘ ୧୦ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର ଇଣ୍ଡିଜ ଦଳ ଟେଷ୍ଟ ସିରିଜ ଜିତିଛି। ପ୍ରଥମ ମ୍ୟାଚ୍‌କୁ ଏକତରଫା ଭାବେ ଜିତିଥିବା ଜାଶନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଇଣ୍ଡିଜ ଦଳ ଦ୍ୱିତୀୟ ଟେଷ୍ଟକୁ ମାତ୍ର ତିନି ଦିନରେ ଜିତି ନେଇଛି। ଏହି ବିଜୟ ସହ ତିନି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ ବ୍ୟବଧାନରେ ଇଣ୍ଡିଜ ଦଳ ହାତେଇ ନେଇଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୭ ରନ୍‌ କରିଥିବାବେଳେ ଇଣ୍ଡିଜ ୩୦୬ ରନ୍‌ କରିଥିଲା। ଫଳରେ ୧୧୯ ରନ୍‌ରେ ପଛୁଆ ଥିବା ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୧୩୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଜୋସ ବଟଲର ୨୪, ଜୋ ଡେନଲି ୧୭ ଓ ରୋରି ବନର୍‌ସ ୧୬ ରନ୍‌ କରିଥିଲେ। ଘରୋଇ ଦଳ ପାଇଁ କେମାର ରୋଚ ଓ ଅଧିନାୟକ ହୋଲ୍ଡର ୪ ଉଇକେଟ ନେଇଥିଲେ। ଏହାପରେ ୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ଇଣ୍ଡିଜ ଦଳ ୧୦ ଉଇକେଟରେ ହାସଲ କରି ନେଇଥିଲା। ମ୍ୟାଚ୍‌ର ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଇଣ୍ଡିଜ ଦଳରେ ସାମିଲ ଥିବା ଆଲଜାରି ଜୋଶେଫଙ୍କ ମା’ଙ୍କ ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ଏହାସତ୍ତ୍ୱେ ସେ ମ୍ୟାଚ୍‌ରେ ଖେଳିବା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଅନ୍ତିମ ଇନିଂସରେ ୨ ଉଇକେଟ ନେବା ସହ ଗୋଟିଏ କ୍ୟାଚ୍‌ ଧରିଥିଲେ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...