Sports

ଧୋନୀଙ୍କ ଟି-୨୦ କ୍ୟାରିଅର ଶେଷ ?

ନୂଆଦିଲ୍ଲୀ: ସବୁଠାରୁ କମ୍‌ ଓଭର୍‌ର ଅନ୍ତର୍ଜାତୀୟ କ୍ରିକେଟ୍‌ ଫର୍ମାଟ୍‌ ଟି୨୦ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭବିଷ୍ୟତରେ ସୁଯୋଗ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୱେଷ୍ଟଇଣ୍ଡିଜ୍‌ ସହିତ ଟି୨୦ସିରିଜ୍‌ରେ ସ୍ଥାନ ପାଇନାହାନ୍ତି ଧୋନି। ସେହିଭଳି ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦେଇଥିବା ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆ ସିରିଜ୍‌ର ଟି୨୦ ଦଳରେ ମଧ୍ୟ ସେ ସ୍ଥାନ ପାଇନାହାନ୍ତି।ପୂର୍ବରୁ ଟେଷ୍ଟ ଫର୍ମାଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନିଙ୍କୁ ଟି୨୦ରୁ ବାଦ୍‌ ଦିଆଯିବା ପରେ ବର୍ତ୍ତମାନ ଦିନେଶ କାର୍ତ୍ତିକ ଏବଂ ରିଷଭ୍‌ ପନ୍ତଙ୍କୁ ୱିକେଟ୍ କିପର ବ୍ୟାଟ୍‌ସମ୍ୟାନ୍‌ର ବିକଳ୍ପ ଭାବେ ନେବାର ଯୋଜନା କରିଛନ୍ତି ଚୟନକର୍ତ୍ତା କମିଟି। ଭାରତକୁ ୨୦୦୭ରେ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ବିଶ୍ୱକପ୍‌ ବିଜୟରେ ନେତୃତ୍ୱ ନେଇଥିବା ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିଅର ଆଉ ଅଳ୍ପ କିଛି ବର୍ଷ ବାକିଥିବା ସ୍ପଷ୍ଟ ହେବାରେ ଲାଗିଛି। ନଭେମ୍ବର ମାସରେ ହିଁ ଭାରତ ୬ଟି ଟି୨୦ ଖେଳିବ। ଏଥିରେ ଧୋନିଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି ଏବଂ ଦିନେଶ ଓ ପନ୍ତଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ଏହା ହିଁ ସୁଯୋଗ ବୋଲି ଚୟନକର୍ତ୍ତା ନିଷ୍ପତ୍ତି ନେଇଥିବା ଅନୁମେୟ। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପାଇଁ ବିଜୟ ହଜାରେ ଟ୍ରଫି ଖେଳି ଫିଟ୍‌ନେସ୍‌ ଟେଷ୍ଟ ଦେବାର ସୁଯୋଗକୁ ସେ ଅଗ୍ରାହ୍ୟ କରିବା ଅନ୍ୟତମ କାରଣ କୁହାଯାଉଛି। ଏହି ସିରିଜ୍‌ ପାଇଁ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ଧୋନିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଧୋନିଙ୍କ ପ୍ରତିକ୍ରୟା ନକରାତ୍ମକ ଥିଲା।

Loading...

Join The Discussion

Loading...