Sports

ଟି୧୦ କ୍ରିକେଟରେ ବେୟାରଷ୍ଟୋଙ୍କ ରେକର୍ଡ

  •  
  • 8
  •  
  •  
  •  
  •  
  •  
    8
    Shares

ୟୁଏଇ : ଇଂଲଣ୍ଡ ଦଳର ନିୟମିତ ସଦସ୍ୟ ଜନ୍ନି ବେଆରଷ୍ଟୋ ଟି୧୦ କ୍ରିକେଟରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଶୁକ୍ରବାର ଖେଳାଯାଇଥିବା କେରଳା ନାଇଟ୍ସ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ବେଙ୍ଗଲ ଟାଇଗର୍ସ ଦଳ ପକ୍ଷରୁ ୧୨୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ବେଆରଷ୍ଟୋ ୨୪ ବଲରୁ ୮୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ, ଏହା ଟି୧୦ କ୍ରିକେଟ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ତାଙ୍କର ଏହି ଇଂନିସରେ ୮ ଛକା ଓ ୬ ଚୌକା ସାମିଲ ଥିଲା। ଏଥିଯୋଗୁ କେରଳ ନାଇଟ୍ସ ବିଜୟଲକ୍ଷ୍ୟକୁ ୮.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏଥିପୂର୍ବରୁ ଆଫାଗାନିସ୍ତାନ ଓପନର ମହମ୍ମଦ ଶେହଜାଦଙ୍କ ନାମରେ ଏହି ରେକର୍ଡ ଥିଲା। ସେ କିଛି ସପ୍ତାହ ପୂର୍ବେ ୧୬ ବଲରୁ ୭୪ ରନ୍‌ କରିଥିଲେ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...