Home ଖେଳ କୋଲକତାକୁ ହରାଇ ଶୀର୍ଷରେ ଚେନ୍ନାଇ

କୋଲକତାକୁ ହରାଇ ଶୀର୍ଷରେ ଚେନ୍ନାଇ

ଚେନ୍ନାଇ :  ଚଳିତ ଇଣ୍ଡିଆନ ପ୍ରିମିୟର ଲଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଘରୋଇ ଚେନ୍ନାଇ ସୁପର କିଙ୍ଗ୍ସ ୧୬ଟି ବଲ ବାକିଥାଇ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ଲୋ- ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା କୋଲକାତା ୯ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ୧୭.୨ ଓଭରରେ ୩ ଉଇକେଟ ହରାଇ ୧୧୧ ରନକିର ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୧୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷକୁ ଫେରିଛି।

୧୦୯ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସତର୍କତାର ସହ ଆରମ୍ଭ କରିଥିଲା। ଓପନର ଶେନ ଓ୍ବାଟସନ ୧୭ ଓ ସୁରେଶ ରାଇନା ୧୪ ରନ କରିଥିବା ବେଳେ ସୁନୀଲ ନାରିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଦୁର୍ବଳ ଫର୍ମ ଦେଇ ଗତିକରୁଥିବା ଅମ୍ବାତି ରାୟୁଡୁ ୩୧ଟି ବଲର ସମ୍ମୁଖୀନ ହୋଇ ମାତ୍ର ୨୧ ରନ କରି ପୀୟୂଷ ଚାଓ୍ବଲାଙ୍କ ଦ୍ୱାର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟ ଯୋଡିରେ ରାୟୁଡୁ ଓ ଫାଫା ଡୁପ୍ଲେସି ୪୬ ରନ ସଂଗ୍ରହ କରିଥିଲେ। ଡୁପ୍ଲେସି ୪୫ ବଲରୁ ୩ ଚୌକା ସହ ୪୩ ଓ କେଦାର ଯାଦବ ୮ ରନକରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଚତୁର୍ଥ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୭ ବଲରୁ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ। ବୋଲିଂରେ କୋଲକାତ ତରଫରୁ ନାରିନ ୨ ଓ ଚଓ୍ବଲା ଗୋଟିଏ ଉଇକେଟ ହାସଲ କରିଥିଲେ। 

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ୩ଜଣଙ୍କୁ ବାଦ୍‌ ଦେଲେ ବାକି ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ଏକଦା ୪୭ ରନରେ ୬ ଉଇକେଟ ହରାଇଥିଲା। ତେବେ ଆନ୍ଦ୍ରେ ରସେଲ ଧୈର୍ଯ୍ୟପୂର୍ଣ୍ଣ ୫୦ ରନ (୪୪ ବଲ, ୫ ଚୌକା, ୩ ଛକା)ର ଅପରାଜିତ ଇନିଂସ ଖେଳି ଦଳର ସ୍କୋରକୁ  ୧୦୦ ରନ ପାରି କରିଥିଲା। ଅଧିନାୟକ ଦୀନେଶ କାର୍ତ୍ତିକ ୧୯ ଓ ରବିନ ଉଥପ୍ପା ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। କ୍ରିସ୍‌ ଲିନ୍‌, ଇନ୍‌ଫର୍ମ ନୀତୀଶ ରାଣା, କୁଲଦୀପ ଯାଦବ ଓ ପ୍ରସିଦ୍ଧା କ୍ରିଷ୍ଣା ଖାତା ଖୋଲିପାରି ନ ଥିଲେ। ସୁନୀଲ ନାରିନ ୬, ଶୁବମନ ଗିଲ ୯, ପୀୟୂଷ ଚାଓ୍ବଲା ୮ ରନକରି ଆଉଟ ହୋଇଥିବା ବେଳେ ହ୍ୟାରୀ ଗର୍ନି ୧ ରନ କରି ଅପରାଜିତ ରହିଥିଲେ। ଦଶମ ଉଇକେଟ ଯୋଡିରେ ରସେଲ ଓ ଗର୍ନି ୨୧ ବଲରୁ ଅପରାଜିତ ୨୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ଦୀପକ ଚହର ସର୍ବାଧିକ ୩, ହରଭଜନ ସିଂ ଓ ଇମ୍ରାନ ତାହିର ଦୁଇଟି ଲେଖାଏ, ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। 

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...