Sports

ଏପିଏଲ୍‌ : ଆଫ୍ରିଦୀ, ଗେଲ୍‌ ଆଇକନ୍‌ ଖେଳାଳି

  •  
  •  
  •  
  •  
  •  
  •  
  •  

ଦୁବାଇ : ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌) ପାଇଁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦୀ, କ୍ରିସ ଗେଲ୍‌ ଆଇକନ୍‌ ଖେଳାଳି ତାଲିକାରେ ରହିଛନ୍ତି। ସେହିଭଳି ତାରକା ସ୍ପିନର ରଶିଦ ଖାଁ, ବ୍ରେଣ୍ଡନ ମ୍ୟାକକୁଲମ ଓ ଆନ୍ଦ୍ରେ ରସେଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଏପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ୟୁଏଇର ଶାରଜା କ୍ରିକେଟ୍‌ ଷ୍ଟାଡିୟରେ ଖେଳାଯିବ। ଏଥିଲାଗି ମଙ୍ଗଳବାର ଖେଳାଳି ନିଲାମୀ ଅନୁଷ୍ଠିତ ହେବା ସହ ଆଇକନ୍‌ ଖେଳାଳି ତାଲିକା ପ୍ରକାଶ ପାଇଥିଲା। ମୋଟ୍‌ ୫ଟି ଫ୍ରାଞ୍ଚାଇଜକୁ ନେଇ ଏହି ଟି୨୦ ଲିଗ୍‌ ଅନୁଷ୍ଠିତ ହେବ। ଆଫଗାନିସ୍ତାନର ୫ଟି ସହରକୁ ନେଇ ଟିମ୍‌ଗୁଡ଼ିକର ନାମ ରଖାଯାଇଛି। ଏହି ଟିମ୍‌ଗୁଡ଼ିକ ହେଲେ କାବୁଲ, କାନ୍ଦାହାର, ନଙ୍ଗାରହର, ପକ୍ତିୟା ଓ ବଲଖ। ଆଫ୍ରିଦୀଙ୍କୁ ପକ୍ତିୟା, ରଶିଦ୍‌ଙ୍କୁ କାବୁଲ ଦଳ ନିଲାମୀରେ ନେଇଛନ୍ତି। ସେହିଭଳି ଜାମାଇକାନ ଷ୍ଟାର ଗେଲ୍‌ ଓ ରସେଲଙ୍କୁ ଯଥାକ୍ରମେ ବଲ୍‌ଖ ଓ ନଙ୍ଗାରହର ଦଳ କ୍ରୟବେଳେ ମ୍ୟାକ୍‌କୁଲମ କାନ୍ଦାହାର ପକ୍ଷରୁ ଖେଳିବେ ବୋଲି ସ୍ପଷ୍ଟ ହୋଇଛି। ପ୍ରତିଦଳରେ ସର୍ବନିମ୍ନ ୧୭ ଓ ସର୍ବାଧିକ ୨୦ ଖେଳାଳି ରହିପାରିବେ ବୋଲି ଏପିଏଲ୍‌ ଗଭର୍ନିଂ କାଉନସିଲ ପକ୍ଷରୁ କୁହାଯାଇଛି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...