Home ଖେଳ ଆଜି ଦ୍ୱିତୀୟ ଦିନିକିଆ : ରୋହିତ-ଧାୱନ ଯୋଡି ଉପରେ ନଜର

ଆଜି ଦ୍ୱିତୀୟ ଦିନିକିଆ : ରୋହିତ-ଧାୱନ ଯୋଡି ଉପରେ ନଜର

ନାଗପୁର: ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୦-୨ ପରାଜୟ ପରେ ଦିନିକିଆ ଆରମ୍ଭରୁ ହାଇଦ୍ରାବାଦରେ ଭାରତୀୟ ଦଳ ସ୍ବାଗତଯୋଗ୍ୟ ବିଜୟ ହାସଲ କରିଥିବାରୁ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ପାଞ୍ଚ ମ୍ୟାଚ୍ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ମଙ୍ଗଳବାର ନାଗପୁରରେ ଖେଳାଯିବ। ବିଶ୍ବକପ୍‌ ପୂର୍ବର ଏହି ଶେଷ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆଉ ଏକ ଭଲ ପ୍ରଦର୍ଶନ ଦେଖାଇବା ଲକ୍ଷ୍ୟରେ ରହିଛି। ବିଶ୍ବକପ୍‌ ପାଇଁ ଚୂଡାନ୍ତ ଭାରତୀୟ ଦଳକୁ ନେଇ ମନସ୍ଥିର କରିବା ଲାଗି ବିରାଟ କୋହଲିଙ୍କ ହାତରେ ଏବେ ମାତ୍ର ୪ଟି ଦିନିକିଆ ରହିଛି। ଶିଖର ଧାୱନ ପ୍ରଥମ ଦିନିକିଆରେ ସ୍ବର୍ଣ୍ଣିମ ଶୂନର ଶିକାର ହୋଇଥିଲେ ମଧ୍ୟ ଆଉ ଏକ ସୁଯୋଗ ପାଇବା ନିଶ୍ଚିତ। କିନ୍ତୁ ଲୋକେଶ ରାହୁଲଙ୍କୁ ତାଙ୍କ ବଦଳରେ ଖେଳାଗଲେ ସେ ନିଶ୍ଚିତ ସଦ୍‌ ବିନି‌ଯୋଗ କରିବେ ବୋଲି ବିଶ୍ବାସ ରହିଛି। ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଅତୁଟ ରହିଛି। ରୋହିତ ତାଙ୍କ ଦିନରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାକୁ ଯଥେଷ୍ଟ ହୋଇପାରନ୍ତି। ଅମ୍ବାତି ରାୟୁଡୁ ପ୍ରଥମ ମ୍ୟାଚ୍‌ରେ ବିଫଳ ରହିଥିଲେ ମଧ୍ୟ ତାଙ୍କ ଦକ୍ଷତା ସମସ୍ତଙ୍କୁ ଜଣା। ଚୂଡାନ୍ତ ଏକାଦଶରେ ତାଙ୍କ ସ୍ଥାନ ସୁରକ୍ଷିତ। ନିଜର ଉପଯୋଗୀ ଅଫ୍‌ ସ୍ପିନ୍‌ ସହିତ ମହାରାଷ୍ଟ୍ର ଷ୍ଟାର୍‌ କେଦାର ଯାଦବ ଆକର୍ଷଣୀୟ ଅର୍ଧଶତକ ହାସଲ କରି ଗତ ମ୍ୟାଚ୍‌ର ବିଜେତା ସାବ୍ୟସ୍ତ ହୋଇଥିଲେ। ୩୭ ବର୍ଷୀୟ ମହେନ୍ଦ୍ର ସିଂହ ଧୋ‌ନିଙ୍କ ଫର୍ମ ମଧ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପାଇଁ ଆନନ୍ଦର ବିଷୟ ହୋଇଛି। ଉଭୟଙ୍କ ମ୍ୟାଚ୍‌ ଶେଷ କରିବାର କଳା ଭାରତୀୟ ମଧ୍ୟଭାଗ ପାଇଁ ଆଶ୍ବସ୍ତି ଆଣିଛି।
‌ବୋଲିଂରେ କିନ୍ତୁ ଭାରତ ହାଇଦ୍ରାବାଦରେ ବିଫଳ ବିଜୟ ଶଙ୍କରଙ୍କ ବଦଳରେ ଯୁବ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷବ ପନ୍ତ୍‌ଙ୍କୁ ଖେଳାଇବା କଥା ଚିନ୍ତା କରୁଛି। ଗୁଜରାଟ ପେସ୍ ବୋଲର ଯଶପ୍ରୀତ୍ ବୁମରା ଏବଂ ବେଙ୍ଗଲ ବୀର ମହମ୍ମଦ ସାମିଙ୍କ ଭୂମିକା ଠିକଣା ପଥରେ ରହିଛି। ଏପରିକି ବୁମରାଙ୍କୁ ବି ସାମିଙ୍କୁ ପଛରେ ପକାଇଦେଲେଣି। ଚାଇନାମ୍ୟାନ୍‌ କୁଲଦୀପ ଯାଦବ ସ୍ପିନ୍ ବିଭାଗର ନେତୃତ୍ବ ସମ୍ଭାଳୁଥିବା ବେଳେ ଶନିବାର ୱିକେଟଶୂନ୍ୟ ରହିଥିବା ରବୀନ୍ଦ୍ର ଜାଦେଜାଙ୍କୁ ଆଉ ଏକ ସୁଯୋଗ ମିଳିବା ନିଶ୍ଚିତ। ନତୁବା ୟୁଜବେନ୍ଦ୍ର ଚହଲଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ମିଳିପାରେ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ଖରାପ ଫର୍ମ ମୁଖ୍ୟ ଚିନ୍ତାର କାରଣ। ୩୨ ବର୍ଷୀୟ ଏହି ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଚଳିତ ଭାରତ ଗସ୍ତରେ ଏ ପର୍ଯ୍ୟନ୍ତ ୦, ୮, ୦ କରିଛନ୍ତି। ଏପରିକି ନିଜର ଶେଷ ୧୦ ଓଭର ସୀମିତ ଓଭର ପାଳିରେ ଅର୍ଧଶତକଟିଏ ଜମାଇ ନାହାନ୍ତି। ଉସମାନ ଖୱାଜା, ଗ୍ଲେନ୍ ମ୍ୟାକ୍ସ‌ୱେଲ ଏବଂ ଅଲରାଉଣ୍ଡର୍‌ ମାର୍କସ ଷ୍ଟୋଇନିସ୍ ଭଲ ବ୍ୟାଟିଂ କରୁଛନ୍ତି। ପିଟର୍ ହ୍ୟାଣ୍ଡସ୍କମ୍ବ ଏବଂ ୱିକେଟରକ୍ଷକ ଆଲେକ୍ସ କ୍ୟାରି ମଧ୍ୟ ଆଶା ମୁତାବକ ପ୍ରଦର୍ଶନ ଦେଉଛନ୍ତି। ଲେଗ୍ ସ୍ପିନର୍ ଆଦାମ ଜାମ୍ପା ପ୍ରଭାବ ଛାଡ଼ିଥିଲେ ମଧ୍ୟ ଦୁଇ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ନାଥନ୍ କୁଲଟର୍ ନାଇଲଙ୍କଠାରୁ ଚାପ ସୃଷ୍ଟି ଆଶା କରିଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ଜାସନ୍ ବେହେରନଡର୍ଫଙ୍କ ବଦଳରେ ଆଇପିଏଲ୍ ଅଭିଜ୍ଞତା ରଖିଥିବା ଆଣ୍ଡ୍ରିଉ ଟାଇଙ୍କୁ ସୁଯୋଗ‌ ଦେବା ସମ୍ଭାବନା ରହିଛି। ଆଷ୍ଟନ୍ ଟର୍ନରଙ୍କ ବଦଳରେ ସନ୍ ମାର୍ସ ଖେଳିବା ଏକ ପ୍ରକାର ନିଶ୍ଚିତ ଲାଗୁଛି।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...