Home ଖେଳ ଆଜି ଚତୁର୍ଥ ଦିନିକିଆ : ପନ୍ତଙ୍କ ଉପରେ ସମସ୍ତଙ୍କ ନଜର

ଆଜି ଚତୁର୍ଥ ଦିନିକିଆ : ପନ୍ତଙ୍କ ଉପରେ ସମସ୍ତଙ୍କ ନଜର

ମୋହାଲି : ସ୍ଥାନୀୟ ମୋହାଲି ଷ୍ଟାଡିୟମରେ  ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଚତୁର୍ଥ ଦିନିକିଆ ମ୍ୟାଚ୍‌ ଖେଳାଯିବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ମ୍ୟାଚ୍‌ ବିଶେଷ ଗୁରୁତ୍ୱ ବହନ କରୁଛି। ୨-୧ରେ ଅଗ୍ରଣୀ ରହିଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ। ଅନ୍ୟପଟେ ଅଷ୍ଟ୍ରେଲିଆ ସିରିଜ ବଞ୍ଚାଇବାକୁ କର ବା ବର ପରିସ୍ଥିତିର ସମ୍ମୁଖୀନ ହୋଇଛି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ରାମ ଦିଆଯାଥିବାରୁ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି। ପନ୍ତଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଇଂଲଣ୍ଡରେ ଆସନ୍ତା ମେ’ରେ ଆୟୋଜନ ହେବାକୁ ଥିବା ବିଶ୍ୱକପ ପାଇଁ ଦଳ ପନ୍ତଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି। ତେବେ ଏଥିପାଇଁ ଚଳିତ ସିରିଜର ବାକିଥିବା ଦୁଇଟି ମ୍ୟାଚ୍‌ରେ ପନ୍ତଙ୍କୁ ଦମ୍‌ ଦେଖାବାକୁ ପଡିବ। ସିରିଜରେ ଏପର୍ଯ୍ୟନ୍ତ ଭାରତୀୟ ଟପ୍‌ ଅର୍ଡର ବିଫଳ ପ୍ରଦର୍ଶନ କରିଛି। ଏପରିସ୍ଥଳେ ପନ୍ତଙ୍କ ଗୁରୁତ୍ୱ ବଢିଯାଇଛି। ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଇଛା ରଖୁଥିବା ସବୁ ଖେଳାଳିଙ୍କୁ ଅଧିନାୟକ ବିରାଟ କୋହଲି ସୁଯୋଗ ଦେବାକୁ ଚାହୁଁଛନ୍ତି। ଫଳରେ ଏହି ଚତୁର୍ଥ ଓ ଅନ୍ତିମ ଦିନିକିଆରେ ଭାରତୀୟ ଦଳରେ କୋତୋଟି ପରିବର୍ତ୍ତନ ହେବା ଆଶା କରାଯାଉଛି। ରାଞ୍ଚିରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଧୋନୀ ତାଙ୍କ ଶେଷ ଘରୋଇ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ଉତ୍ତରାଧିକାରୀ ଭାବେ ପନ୍ତଙ୍କୁ ବିବେଚନା କରାଯାଉଛି। ପୂର୍ବରୁ ଦିନିକିଆରେ ପନ୍ତ ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳିଛନ୍ତି। ତେବେ ଧୋନୀଙ୍କ ଅନୁପସ୍ଥିତିରେ ପନ୍ତ ଉଇକେଟ କିପିଙ୍ଗ୍‌ କରିବେ। ଗତ ମ୍ୟାଚ୍‌ରେ ଗୋଡରେ ଅଘାତ ପାଇଥିବା ମହମ୍ମଦ ସାମିଙ୍କ ଦଳରୁ ବାଦ ପଡିଥିବା ବେଳେ ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଖେଳିବେ। ସାମିଙ୍କୁ ବଶ୍ରାମ ଦିଆଯାଇଛି। ଆଗାମୀ ଦୁଇଟି ମ୍ୟାଚ୍‌ରେ କୋତୋଟି ପରିବର୍ତ୍ତନ କରାଯିବ। ତେବେ ଖେଳାଳିମାନଙ୍କୁ ମ୍ୟାଚ୍‌ ବିଜୟ ପ୍ରଦର୍ଶନ କରିବାକୁ ହେବ ବୋଲି କୋହଲି କହିଛନ୍ତି। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଅବଶ୍ୟ କୋହଲି ଅଧିନାୟକ ଇନିଂସ ଖେଳି ଦଳ ପାଇଁ ସଙ୍କଟ ମୋଚକ ସାବ୍ୟସ୍ତ ହୋଇଛନ୍ତି। ଗତ ୩ଟି ମ୍ୟାଚ୍‌ରେ କୋହଲି ଦୁଇଟି ଶତକ ସହ ୨୮୩ ରନ ସଂଗ୍ରହ କରିଛନ୍ତି। ଏହାପରେ କେଦାର ଯାଦବ ୧୧୮ ରନ କରି ଦ୍ୱିତୀୟ ସଫଳତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ୩ଟି ଇନିଂସରେ ତାରକା ଓପନର ରୋହିତ ଶର୍ମା ମାତ୍ର ୫୧ ରନ ସଂଗ୍ରହ କରିପାରିଛନ୍ତି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୩ଟି ମ୍ୟାଚ୍‌ରୁ ମାତ୍ର ୩୩ ରନ ସଂଗ୍ରହ କରି ଆହୁରି ଖରାପ୍‌ ପ୍ରଦର୍ଶନ କରିଛନ୍ତି। ଅଭିଜ୍ଞ ଶିଖର ଧାଓ୍ବନ ୩ଟି ମ୍ୟାଚ୍‌ ଖେଳି ମାତ୍ର ୨୨ ରନ ସଂଗ୍ରହ କରି ସାଂଘାତିକ ଭାବେ ବିଫଳ ହୋଇଛନ୍ତି। ବିଶ୍ୱକପ୍‌ ଦଳରେ ଧାଓ୍ବନ ଓ ରୋହିତଙ୍କ ସ୍ଥାନ ପକ୍କା ହୋଇଥିଲେ ମଧ୍ୟ ଏମାନଙ୍କ ଫର୍ମ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ହୋଇଛି। ରବିବାର ଲୋକେଶ ରାହୁଲ ଖେଳିବା ନିଶ୍ଚିତ ମନେ ହେଉଥିଲେ ମଧ୍ୟ ସେ ଧାଓ୍ବନ କିମ୍ବା ରାୟୁଡୁ, କାହା ବିଦଳରେ ଖେଳିବେ ତାହା ଜଣାପଡିନାହିଁ। 

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...