Home ରାଜନୀତି କେନ୍ଦୁଝର ସଭାରେ ଶାହାଙ୍କ ଆହ୍ୱାନ- ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ

କେନ୍ଦୁଝର ସଭାରେ ଶାହାଙ୍କ ଆହ୍ୱାନ- ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବାଛନ୍ତୁ

କେନ୍ଦୁଝର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି କେନ୍ଦୁଝର କଲେଜ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଭାଷଣ ଦେଇ ରାଜ୍ୟବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଅମିତ କହିଛନ୍ତି ରାଜ୍ୟରେ ଗତ ୧୯ ବର୍ଷ ଧରି ଭ୍ରଷ୍ଟାଚାରୀ ସରକାର ଚାଲିଛି । ଏଥିପାଇଁ ରାଜ୍ୟର ବିକାଶ ହୋଇପାରୁନାହିଁ । ଏଣୁ ଓଡିଶାବାସୀ ବିଜେପିକୁ ଦାୟିତ୍ୱ ଦେଲେ ୫ ବର୍ଷରେ ଓଡିଶାର ଏକନମ୍ବର ରାଜ୍ୟରେ ପରିଣତ ହେବ । ଶ୍ରୀ ଶାହ ପୁଣି ଏବେ ସେ ନିର୍ବାଚନ ପାଇଁ ଦେଶର ଅନେକ ସ୍ଥାନକୁ ଯାଉଛନ୍ତି, ଯେଉଁ ସ୍ଥାନକୁ ଗଲେ ସେଠାରେ ଏବେ ମୋଦି ମୋଦି ଶୁଭୁଛି । ୫ବର୍ଷରେ ମୋଦି ସରକାର ଗରିବୀ ହଟାଇବାକୁ ବହୁ କାମ କରିଛନ୍ତି । ନିର୍ବାଚନରେ ମୋଦିଙ୍କୁ ଜିତାଇବା ସହ ନବୀନଙ୍କୁ ବିଦା କରିବାର ଅଛି । ୧୯ ବର୍ଷ ପରେ ବି ନବୀନ ଓଡିଶାରେ କଥା କହିପାରୁନାହାନ୍ତି । ପ୍ରଶ୍ନଛଳରେ ଅମିତ କହିଲେ ଆପଣଙ୍କୁ କ’ଣ ଏମିତି ମୁଖ୍ୟ ଦରକାର, ନା’ ଯିଏ ଆପଣଙ୍କ ଭାଷାରେ କଥା ହେଉଥିବା, ଆପଣଙ୍କ ସମସ୍ୟାର ସମାଧାନ କରିପାରୁଥିବା ସେମିତି ମୁଖ୍ୟମନ୍ତ୍ରୀ ଦରକାର । ସେ ପୁଣି କହିଲେ ବିଏମ୍ଏଫ୍ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦୁଝର ମେଡିକାଲ କଲେଜ ଡିଏମ୍ଏଫ୍ ପାଣ୍ଠିରେ ହେଉଛି । ମୋଦି ସରକାର ମେଡିକାଲ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି । ହେଲେ ନବୀନ ଚାରିଣୀଟିଏ ବି ଦେଇନାହାନ୍ତି । ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ମଧ୍ୟ ମୋଦି ସରକାର ଦେଇଛନ୍ତି । ୧୯ବର୍ଷ ହେଲାଣି ଏଠି ନବୀନ ବାବୁ ସରକାରରେ ଅଛନ୍ତି । ଟୋପାଏ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ହଜାର ହଜାର ଯୁବକ ଓଡିଶାରେ କାମ ନପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ଓଡିଶାରେ ବିଜେପି ସରକାର ଆସିଲେ ଆଉ କାମ ପାଇଁ ବାହାରକୁ ଯିବାକୁ ପଡିବନି । ଗତ ୧୯ ବର୍ଷ ଭିତରେ ନବୀନ ବାବୁ କେବଳ ଖଣି ଘୋଟାଲା କରିଛନ୍ତି । ଆଉ କିଛି କରିନାହାନ୍ତି । ନବୀନବାବୁଙ୍କ ପାଖ ଲୋକ ବାବୁମାନେ ଭ୍ରଷ୍ଟାଚାର କରିଛନ୍ତି । ନବୀନ ନିର୍ବିକାର ଭାବରେ ସେଥିରେ ନୀରବ ରହିଛନ୍ତି । ଓଡିଶା ପାଖରେ ଏତେ ଖଣିଜ ସଂପଦ ଥାଇ ବି ଓଡିଶା ଗରିବ । ଚିଟ୍ଫଣ୍ଡରେ ସଂପୃକ୍ତ ଲୋକଙ୍କ ପ୍ରତି ନବୀନଙ୍କ ଦରଦ ରହିଛି । କିନ୍ତୁ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତକୁ ଜେଲ ପଠାଇବାକୁ ଭୁଲିବ ନାହିଁ । ସେ ପୁଣି କହିଲେ ଓଡିଶାରେ ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ଉପର ଜିଏସ୍ଟି ସଂପୂର୍ଣ୍ଣ ଛାଡ କରାଯିବ । ତେଣୁ ଏବେ ସମୟ ଆସିଛି ଓଡିଶାବାସୀ ନିଷ୍ପତ୍ତି ନିଅନ୍ତୁ, କିଭଳି ସରକାର ଦରକାର ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...