Politics

ବିଜେପି ପକ୍ଷରୁ ନିର୍ବାଚନ ଲଢିବେ ଏହି ବଲିଉଡ ଅଭିନେତ୍ରୀ, ଶାହା ଦେଲେ ସିଗନାଲ୍

  •  
  • 7
  •  
  •  
  •  
  •  
  •  
    7
    Shares
ମୁମ୍ବାଇ :ଏକ ସମୟରେ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପୁଣେରୁ ନିର୍ବାଚନ ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ବିଜେପିର ସମ୍ପର୍କ ଫର ସମର୍ଥନ ଅଭିଯାନ ସମୟରେ ଦଳ ଅଧ୍ୟକ୍ଷ ଅମିତ ଶାହା ମୁମ୍ବାଇ ସ୍ଥିତ ମାଧୁରୀଙ୍କ ବାସଭବନରେ ତାଙ୍କୁ ଦେଖା କରିଥିଲେ । ଶାହାଙ୍କ କହିବା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନ ପାଇଁ ଆଶାୟୀଙ୍କ ନାମ ନିର୍ଦ୍ଧାରଣ କରୁଛି । ଏହି ସମୟରେ ପୁଣେ ଆସନରୁ ମାଧୁରୀଙ୍କ ନାମ ଆସିବା ପରଠାରୁ ଏହା ଉପରେ ଗମ୍ଭୀର ଭାବେ ବିଚାର କରା ଯାଉଛି । ୫୧ ବର୍ଷୀୟା ମାଧୁରୀ ତେଜାବ, ହମ ଆପକେ ହୈ କୌନ, ଦିଲ ତୋ ପାଗଲ ହୈ, ସାଜନ ଏବଂ ଦେବଦାସ ଭଳି ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ୨୦୧୪ରେ ବିଜେପି ପୁଣେ ଲୋକସଭା ଆସନରୁ କଂଗ୍ରେସ ଠାରୁ ତିନି ଲକ୍ଷ ଭୋଟ ଅନ୍ତରରେ ହାରି ଥିଲା ।ମାଧୁରୀ ନିର୍ବାଚନ ଲଢିବାକୁ ନେଇ ବିଜେପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ନରେନ୍ଦ୍ର ମୋଦୀ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଉପାୟ ଆପଣେଇ ଥିଲେ । ସେ ସ୍ଥାନୀୟ ନିର୍ବାଚନର ସମସ୍ତ ଆଶାୟୀଙ୍କ ନାମ ବଦଳାଇ ଦେଇ ଥିଲେ ଏବଂ ନୂଆ ଚେହେରାକୁ ରାଜନୀତିରେ ମୌକା ଦେଇଥିଲେ । ଏଥିରେ ବିପକ୍ଷ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା ଏବଂ ଶେଷରେ ବିଜେପି କଂଗ୍ରେସ ଠାରୁ ଅଧିକ ମତରେ ବିଜୟୀ ହୋଇ ଥିଲା । ଏହି ଭଳି ଉପୟ ୨୦୧୭ରେ ପୁଣି ଥରେ ଦିଲ୍ଲୀରେ ପ୍ରୟୋଗ କରା ଯାଇ ଥିଲା ଏବଂ ସେଠାରେ ଜିତ ହାସଲ କରି ଦଳର ନିୟନ୍ତ୍ରଣ ବଜାୟ ରଖିଥିଲା ।
  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...