Politics

ମୋ ସରକାର ଭାଙ୍ଗିବା ପାଇଁ ଚାଲିଛି ଷଡ଼ଯନ୍ତ୍ର: କୁମାରସ୍ୱାମୀ

  •  
  •  
  •  
  •  
  •  
  •  
  •  

ବେଙ୍ଗାଲୁର୍ : କର୍ଣ୍ଣାଟକ ରାଜନୀତିରେ ଏବେବି ଘଡ଼ିକେ ଘୋଡ଼ା ଛୁଟୁଛି । ମିଳିତ ସରକାର ଗଠନ ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରରେ ଅସ୍ଥିରତା ଓ ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି ଏକ ବ୍ୟାପକ ଷଡ଼ଯନ୍ତ୍ର ଚାଲିଛି । ଯେଉଁମାନେ ଏଭଳି ଉଦ୍ୟମ ଚଳାଇଛନ୍ତି, ସେମାନେ କେବେବି ସଫଳ ହେବେ ନାହିଁ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ବୋଲି ମନ୍ତବ୍ୟ ଦେବାର ଦିନକ ପରେ କୁମାରସ୍ୱାମୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଯାହା କର୍ଣ୍ଣାଟକ ରାଜନୀତିକୁ ଆହୁରି ସରଗରମ କରିଛି । କୁମାର ସ୍ୱାମୀ କହିଛନ୍ତି ଯେ, ମୋର ପୁରା ବିଶ୍ୱାସ ସରକାରକୁ ଭାଙ୍ଗିବା ପାଇଁ ଏକ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହା ପଛରେ ବିଜେପି ଶକ୍ତିର ହାତ ରହିଛି । ତେବେ ଏହି ଉଦ୍ୟମ ସାକାର ହେବ ନାହିଁ । ସେମାନଙ୍କ ଷଡ଼ଯନ୍ତ୍ରରେ ମୋର ବିଚଳିତ ହେବାରେ ନାହିଁ । ନିଜ ଆସନ ବଞ୍ଚାଇବା ଅପେକ୍ଷା ଜନତାଙ୍କ ସେବାକୁ ସେ ପ୍ରାଥମିକତା ଦିଅନ୍ତି । ତାଙ୍କ ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯଦି ସିଦ୍ଧ ରମେୟା ପୁଣି ମୁଖ୍ୟମନ୍ତ୍ରୀ ହେବେ ସେଥିରେ ମୋର ଦୁଃଖ କରିବାର କିଛି ନାହିଁ, ବରଂ ମୁଁ ଖୁସି ହେବି ବୋଲି କଟାକ୍ଷ କରିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...