Politics

୧୯ରେ ମହାମେଣ୍ଟର ଭାଗ୍ୟ

ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପିର ପରାଜୟକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଏକ ବଡ଼ ଭୂମିକା ନେବାପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଜବାଜ ହେଉଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଗଠନ ହେବାକୁ ଥିବା ବିରୋଧୀ ମହାମେଣ୍ଟରେ ମମତାଙ୍କ ତୃଣମୂଳ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଏବଂ ଏ ବାବଦ ରୂପରେଖ ସ୍ଥିର କରିବା ପାଇଁ ଆଗାମୀ ୧୯ ତାରିଖ ଦିନ କୋଲକାତାରେ ଏକ ମେଗା ରୢାଲି ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଯୋଗଦେବେ ଏବଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ମଧ୍ୟ ଏଥିରୁ ସ୍ପଷ୍ଟ ସଙ୍କେତ ମିଳିବ ବୋଲି ଚର୍ଚ୍ଚା ହେଉଛି। ପଶ୍ଚିମବଂଗର ୪୨ଟି ଲୋକସଭା ଆସନରୁ ଟିଏମ୍‌ସି ହାତରେ ଏବେ ୩୪ ଆସନ ରହିଛି । ୨୦୧୯ରେ ସମସ୍ତ ୪୨ ଆସନରେ ବିଜୟ ପାଇଁ ମମତା ଲକ୍ଷ୍ୟ ରଖିଛନ୍ତି। ମମତାଙ୍କ ମେଗା ରୢାଲିରେ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ବିଜେପିର ଅସନ୍ତୁଷ୍ଟ ନେତା ଶତ୍ରୁଘନ ସିହ୍ନା, ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନି ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବିଏସ୍‌ପି ନେତ୍ରୀ ମାୟାବତୀ ଏହି ମହା ସମାବେଶରେ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Loading...

Join The Discussion

Loading...