Home ରାଜନୀତି ବ୍ୟାଟ୍‌ ଚିହ୍ନରେ ଲଢ଼ିବ କଳିଙ୍ଗସେନା : ଆଗାମୀ ନିର୍ବାଚନରେ ସବୁ ଆସନରେ ପ୍ରାର୍ଥୀ ଦେବ ଦଳ

ବ୍ୟାଟ୍‌ ଚିହ୍ନରେ ଲଢ଼ିବ କଳିଙ୍ଗସେନା : ଆଗାମୀ ନିର୍ବାଚନରେ ସବୁ ଆସନରେ ପ୍ରାର୍ଥୀ ଦେବ ଦଳ

ଭୁବନେଶ୍ୱର: ଭାରତର ନିର୍ବାଚନ କମିଶନ କଳିଙ୍ଗସେନାକୁ ଆଗାମୀ ନିର୍ବାଚନ ଲାଗି ବ୍ୟାଟ୍‌ ଚିହ୍ନ ପ୍ରଦାନ କରିଥିବାବେଳେ ଆଜି ସେନା ସୁପ୍ରିମୋ ହେମନ୍ତ ରଥ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଚିହ୍ନ ଉନ୍ମୋଚନ କରିବା ସହିତ ଆଗାମୀ ନିର୍ବାଚନରେ ସେନାର ରଣନୀତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଶ୍ରୀ ରଥ କହିଛନ୍ତି ଆଗାମୀ ଦିନରେ ସେନାର ବ୍ୟାଟ ବେଶ କମାଲ୍‌ ଦେଖାଇବ । ଓଡ଼ିଶାରେ ଥିବା ୪୦ଲକ୍ଷ ବେକାରୀ ଯୁବକ ଯୁବତୀମାନଙ୍କ ପାଖରେ ବ୍ୟାଟ୍‌ ପହଞ୍ଚାଇବ କଳିଙ୍ଗସେନା । ବିଶେଷକରି ଏହି ଯୁବକଯୁବତୀ ମାନଙ୍କୁ ପୁଞ୍ଜି କରି କଳିଙ୍ଗସେନା ନିର୍ବାଚନ ମଇଦାନକୁ ଓହ୍ଲାଇବ । ୨୦୦୯ ନିର୍ବାଚନରେ ସେନା ପକ୍ଷରୁ ୫୫ ବିଧାନସଭା ଓ ୮ ଲୋକସଭା ଆସନରେ ବ୍ୟାଟ ଚିହ୍ନରେ ଲଢିଥିବା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଥିଲେ । ପ୍ରାର୍ଥୀମାନେ ମୋଟ ୨ ପ୍ରତିଶତ ଭୋଟ ଦଖଲ କରିଥିବାବେଳେ ଅନେକ ସ୍ଥାନରେ ଏହା ଅନ୍ୟଦଳର ପ୍ରାର୍ଥୀଙ୍କ ହାର୍‌ଜିତ୍‌ ପାଇଁ ନିର୍ଣ୍ଣାୟକ ହୋଇଥିଲା । ସେହିଭଳି ୨୦୧୪ ନିର୍ବାଚନରେ ୨୬ଟି ବିଧାନସଭା ଓ ୨ ଲୋକସଭା ଆସନରେ କଳିଙ୍ଗସେନା ଭଲ ପ୍ରଦର୍ଶନ କରିଥିଲା । ଏଥିମଧ୍ୟରୁ କେତେକ ଆସନରେ ସେନା ପ୍ରାର୍ଥୀଙ୍କ ଉପସ୍ଥିତି ଅନ୍ୟ ଦଳର ଗଣିତକୁ ଓଲଟ ପାଲଟ କରିଦେଇଥିଲା । ଆସନ୍ତା ନିର୍ବାଚନ ପାଇଁ ସେନାକୁ ବ୍ୟାଟ ଚିହ୍ନ ମିଳିଥିବାବେଳେ ଏବେଠାରୁ ଲୋକଙ୍କ ନିକଟରେ କଳିଙ୍ଗ ସୈନିକମାନେ ବ୍ୟାଟ ଚିହ୍ନ ଧରି ପହଞ୍ଚିବେ । ବିଶେଷକରି ରାଜ୍ୟରେ ୪୦ଲକ୍ଷ ବେକାର ଯୁବକଯୁବତୀ, ଦୁର୍ନୀତି, କୃଷକଙ୍କ ଆର୍ଥିକ ସ୍ଥିତି, ଶାସକ ଓ ବିରୋଧିଦଳର ମିଥ୍ୟା ପ୍ରତିଶ୍ରୁତି ଆଦିକୁ କଳିଙ୍ଗସେନା ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରିବ । ସେହିଭଳି ଆସନ୍ତା ନିର୍ବାଚନରେ ଦଳ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଥିବାବେଳେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବଂ ମହିଳାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ରଥ କହିଛନ୍ତି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ବୈକୁଣ୍ଠ ଧଙ୍ଗଡ଼ା ମାଝି, ଯଦୁମଣି ମହାନ୍ତ, ସୁଧାକର ପ୍ରଧାନ, ସାଧାରଣ ସଂପାଦକ ସବ୍ୟସାଚୀ ମହାପାତ୍ର, ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ସୁଶାନ୍ତ କୁମାର ସାହୁ, ବରଦାକାନ୍ତ ମହାନ୍ତି, ସଂପାଦକ ହୃଷିକେଶ ସେନାପତି, ଅବଦୁଲ କୟୁମ୍‌ ଖାନ୍‌, ନିରଞ୍ଜନ ପରିଡ଼ା, ଅଜୟ ନାୟକ, ଶିବାଶିଷ ଦାଶ, ମନୋଜ ମହାନ୍ତି, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ବିନତା ମହାନ୍ତି, ଚନ୍ଦ୍ରିକା ସିଂ, ସରୋଜିନୀ ସେଠୀ, ପୂଜା ବେହେରା, ବବିତା ଶର୍ମା ପ୍ରମୁଖ ବ୍ୟାଟ୍‌ ଚିହ୍ନ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...