Politics

ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର

  •  
  • 1
  •  
  •  
  •  
  •  
  •  
    1
    Share
ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହୋଇ ଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭିକ ଭୋଟ୍ ଗଣତି ମୁତାବକ ମଧ୍ୟ ପ୍ରଦେଶରେ ବିଜେପି 99ଟି ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ 116ଟି ସିଟରେ ଆଗୁଆ ରହିଛି। ଏହି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। କିଏ ପିନ୍ଧିବ ବିଜୟ ମୁକୁଟ ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ।

୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି। ମତଗଣନା ପ୍ରାୟ ୨୨ ଟି ରାଉଣ୍ଡରେ ପୂରା ହେବ। ଏଥିପାଇଁ ପ୍ରାୟ ୧୫ ହଜାର ଅଧିକାରୀ ଓ କର୍ମଚାରୀଙ୍କୁ  ନିୟୋଜିତ କରାଯାଇଛି।  ଏମପିରେ ମୋଟ୍ ୫୧ଟି ମତଗଣନା କେନ୍ଦ୍ରରେ ମତଗଣନା ଜାରି ରହିଛି। ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ମତଗଣନା କେନ୍ଦ୍ର ବନାଯାଇଛି।  ଏଠାରେ ଡିସେମ୍ବର ୨୮ରେ ମତଦାନ ହୋଇଥିଲା। ପ୍ରାୟ ୭୫ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ।  ମଧ୍ୟ ପ୍ରଦେଶରେ ୨୮୯୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଏଥିରେ ୨୫୦ ମହିଳା ଓ ୫ ଜଣ ଥାର୍ଡ ଜେଣ୍ଡର ପ୍ରାର୍ଥୀ ସାମିଲ।

ଗତ ୧୫  ବର୍ଷ ହେବ ଏଠାରେ ଶିବରାଜ ସିଂହ ଚୌହ୍ଵାନଙ୍କ ନେତୃତ୍ଵରେ ବିଜେପି କ୍ଷମତାସୀନ ରହିଛି। ମାତ୍ର ଏଥର ଏକଜିଟ୍ ପୋଲ ମୁତାବକ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ।

Loading...
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...