Politics

ରାହୁଲଙ୍କ ଆଗରେ ଫିକା ପଡିଲେ ମୋଦି

  •  
  • 4
  •  
  •  
  •  
  •  
  •  
    4
    Shares

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ସେମିଫାଇନାଲ କୁହାଯାଉଥିବା ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାକୁ ଯାଉଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳୁଛି । ସେହିପରି ତେଲେଙ୍ଗାନା କେସିଆରଙ୍କ ଦଳ ଟିଆର୍ଏସ୍ ଓ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ପ୍ରଚାରକୁ ଆଖି ଆଗରେ ରଖିଲେ ଏଥିରେ କଂଗ୍ରେସ ଅଧ୍ୟକ୍ଷା ରାହୁଲ ବାଜି ମାରିନେଇଛନ୍ତି । ଏହି ନିର୍ବାଚନରେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପ୍ରଧାନମନ୍ତ୍ରୀ ମୋଦି ବହୁତ କମ୍ ରାଲି କରିଛନ୍ତି । ସୂତ୍ର ଅନୁସାରେ କୁହାଯାଇଛି ଯେ, ମୋଦିଙ୍କ ରାଲିଙ୍କ ସଂଖ୍ୟା ଜାଣିଶୁଣି କମାଇ ଦିଆଯାଇଥିଲା । କାରଣ ଯଦି ବିଜେପି ହାରିବ ତେବେ ମୋଦିଙ୍କୁ ଏଥିପାଇଁ ଦାୟୀ କରାନଯିବ । ରାହୁଲ ଗାନ୍ଧୀ ଏହି ୫ ରାଜ୍ୟରେ ୮୨ଟି ରାଲି କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କେବଳ ୩୨ଟି ରାଲି କରିଛନ୍ତି । ରାହୁଲ ଗାନ୍ଧୀ ଦିନକୁ ୨ଟି ଲେଖାଏଁ ରାଲି କରୁଥିଲେ । ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ନିଜର ଦମ୍ ଲଗାଇଦେଇଥିଲେ । ତାହାର ଫଳ ମଧ୍ୟ ତାଙ୍କୁ ଆଜି ମିଳିଯାଇଛି । ଏହି ତିନି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ଛତିଶଗଡରେ ସୁନିଶ୍ଚିତ ହୋଇଯାଇଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏବେବି ସ୍ଥିତି ଅସ୍ପଷ୍ଟ ରହିଛି ।
ମୋଦି ରାଲି ବନାମ୍ ରାହୁଲ ରାଲି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ୧୨, ମଧ୍ୟପ୍ରଦେଶରେ ୧୦, ଛତିଶଗଡରେ ୪, ତେଲେଙ୍ଗାନାରେ ୫ ଓ ମିଜୋରାମରେ ଗୋଟିଏ ରାଲି କରିଥିବା ବେଳେ ରାହୁଲ ଗାନ୍ଧୀ ରାଜସ୍ଥାନରେ ୧୯, ମଧ୍ୟପ୍ରଦେଶରେ ୨୫, ଛତିଶଗଡରେ ୧୯, ତେଲେଙ୍ଗାନାରେ ୧୭ ଓ ମିଜୋରାମରେ ୨ଟି ଲେଖାଏଁ ରାଲିର ଜନତାଙ୍କୁ ସମ୍ବୋଧିତ କରିଥିଲେ ।
୨୦୧୮ ନିର୍ବାଚନ : କଂଗ୍ରେସର ଗ୍ରାଫ୍ ଉଠିଲା,
ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବାର ଗୋଟିଏ ବର୍ଷ ଆଜି ପୁରିଛି । ୧୧ ଡିସେମ୍ବର ୨୦୧୭ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ । ଏହି ବର୍ଷ ମଧ୍ୟରେ କଂଗ୍ରେସ ବହୁ ଭଲ ପ୍ରଦର୍ଶନ କରିଛନ୍ତି । ଦେଶରେ ୯ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ହାତକୁ କର୍ନାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ସରକାର ଗଠନ କରିବାରେ ସଫଳ ହୋଇଥିବା ବେଳେ କେବଳ ତ୍ରିପୁରାରେ ବିଜେପି ସରକାର ଗଠନ କରିପାରିଛି । ସେହିପରି ୧୩ ସଂସଦୀୟ ଉପନିର୍ବାଚନରେ କଂଗ୍ରେସକୁ ୩ସିଟ୍ ମିଳିଥିବା ବେଳେ ବିଜେପିକୁ କେବଳ ୨ଟି ଆସନ ମିଳିଛି । ସେହିପରି ବିଧାନସଭା ଉପନିର୍ବାଚନରେ ଏହି ସମୟରେ କଂଗ୍ରେସକୁ ୬ଟି ସିଟ୍ ମିଳିଛି ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...