Politics

ବିଜେଡି ଆଡକୁ ଢଳୁଛନ୍ତି ଏହି କଂଗ୍ରେସ ବିଧାୟକ

  •  
  • 1
  •  
  •  
  •  
  •  
  •  
    1
    Share

ଭୁବନେଶ୍ୱର : କଂଗ୍ରେସ ନେତା ନବ ଦାସ ଦଳ ଛାଡ଼ିବା ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଚର୍ଚ୍ଚାରେ। ରାହୁଲଙ୍କ ଗସ୍ତ ପ୍ରସଙ୍ଗରେ ତାଙ୍କ ବୟାନ ରାଜନୀତି ପାଣିପାଗକୁ ସରଗରମ କରିଛି। ସେ କହିଛନ୍ତି, ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ବିଳମ୍ବରେ ସ୍ଥିର ହେଲା। ଏଣୁ ସଭାକୁ ତାଙ୍କର ଯିବାର ନାହିଁ। ଦଳୀୟ ହାଇକମାଣ୍ଡ ତାଙ୍କ ପାଇଁ ବଡ଼ ନୁହନ୍ତି। ଏଥିସହ ଉକ୍ତ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି।

କେବଳ ଏତିକି ନୁହେଁ ନିଜର ବୟାନରେ ଯୋଗେଶ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ବହୁ ପ୍ରଶଂସା କରିଛନ୍ତି। ନବୀନ ଜଣେ ଦକ୍ଷ ପ୍ରଶାସକ ବୋଲି ସେ କହିଛନ୍ତି। ଏଣୁ ସେ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଛି।

Loading...

ପ୍ରକାଶ ଯେ, ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନବ ଦାସ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିସ୍ଥଳେ ଯୋଗେଶଙ୍କ ବୟାନ କଂଗ୍ରେସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...