Home ଦେଶ-ବିଦେଶ କୁମ୍ଭମେଳାରେ ୟୁପି କ୍ୟାବିନେଟ୍ ବୈଠକ : ନିର୍ମାଣ ହେବ ବିଶ୍ୱର ସବୁଠୁ ଦୀର୍ଘ ଏକ୍ସପ୍ରେସ୍ ୱେ

କୁମ୍ଭମେଳାରେ ୟୁପି କ୍ୟାବିନେଟ୍ ବୈଠକ : ନିର୍ମାଣ ହେବ ବିଶ୍ୱର ସବୁଠୁ ଦୀର୍ଘ ଏକ୍ସପ୍ରେସ୍ ୱେ

ପ୍ରୟାଗରାଜ: ଆଶ୍ଚର୍ଯ୍ୟଜନକ ଭାବେ ମଙ୍ଗଳବାର କୁମ୍ଭମେଳା ପରିସରରେ ଉତ୍ତରପ୍ରଦେଶ କ୍ୟାବିନେଟ୍ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ତନ୍ମଧ୍ୟରୁ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ ଅନ୍ୟତମ । ୬୦୦ କିମି ଦୀର୍ଘ ଏହି ଏକ୍ସପ୍ରେସ୍ୱେ ନିର୍ମାଣ ପାଇଁ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ୬,୫୫୦ ହେକ୍ଟର ଜମି ଅଧିଗ୍ରହଣ କରାଯିବ । ପ୍ରଥମେ ଏହା ଚାରି ଲେନ୍ ବିଶିଷ୍ଟ ହେବ । ପରେ ଏହା ଛଅ ଲେନ୍କୁ ସମ୍ପ୍ରସାରିତ ହେବ । ଏହା ହେବ ବିଶ୍ୱର ସବୁଠୁ ସୁଦୀର୍ଘ ଏକ୍ସପ୍ରେସ୍ ୱେ । ଏହି ଏକ୍ସପ୍ରେସ୍ ୱେ ପଶ୍ଚିମ ଉତ୍ତରପ୍ରଦେଶ ସହ ପ୍ରୟାଗରାଜକୁ ସଂଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଲେ ଯେ, ଏହି ଏକ୍ସପ୍ରେସ୍ ୱେ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା ପରେ ତାହା ଗମନାଗମନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ତା’ସାଙ୍ଗକୁ କାରବାର କ୍ଷେତ୍ରରେ ମଧ୍ୟ ଏହାର ମହତ୍ୱପୂର୍ଣ୍ଣ ଭୂମିକା ରହିବ । ଏହାଦ୍ୱାରା ଅନେକ ଅଞ୍ଚଳ ଦୁଇ ସହର ସହ ଯୋଡ଼ି ହୋଇଯିବ । ମିରଟ୍, ଆମରୋହ୍, ବୁଲନ୍ଦସର, ବୁଦୌ, ସାହାଜନପୁର, କନୌଜ, ରାୟବରେଲି, ପ୍ରତାପଗଡ଼ ଆଦି ଅଞ୍ଚଳ ଏହି ଏକ୍ସପ୍ରେସ୍ ୱେରେ ପରିସରଭୁକ୍ତ ହେବ । ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ହିନ୍ଦୀ ଚଳଚ୍ଚିତ୍ର ଉରିକୁ ରାଜ୍ୟ ଜିଏସ୍ଟିରୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ନିର୍ମିତ ଚଳଚ୍ଚିତ୍ର ଉରିକୁ ରାଜ୍ୟ ଜିଏସ୍ଟି ମୁକ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଥିଲା । ତାହାକୁ ସରକାର ଗୁରୁତ୍ୱର ସହ ନେଇ ଅନୁଧ୍ୟାନ କରୁଥିଲେ । ଶେଷରେ ଏହାକୁ ଜିଏସ୍ଟି ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...