Home ଦେଶ-ବିଦେଶ ‘‘ଭାଲେଣ୍ଟାଇନ୍‌ସ୍‌ ଡେ’ ଦିନ ‘ସିଷ୍ଟର୍ସ ଡେ’ ପାଳିବ ପାକିସ୍ତାନ ବିଶ୍ୱବିଦ୍ୟାଳୟ

‘‘ଭାଲେଣ୍ଟାଇନ୍‌ସ୍‌ ଡେ’ ଦିନ ‘ସିଷ୍ଟର୍ସ ଡେ’ ପାଳିବ ପାକିସ୍ତାନ ବିଶ୍ୱବିଦ୍ୟାଳୟ

ଲାହୋର: ଇସ୍‌ଲାମୀୟ ପରମ୍ପରାର ପ୍ରସାର ଲାଗି ଫେବ୍ରୁଆରି ୧୪ ତାରିଖ ଦିନ ଏକ ପାକିସ୍ତାନୀ ବିଶ୍ୱବିଦ୍ୟାଳୟ ‘ସିଷ୍ଟର୍ସ ଡେ’ ପାଳିବ ବୋଲି କୁଳପତି କହିଛନ୍ତି।ଫୈସାଲାବାଦ ଠାରେ ଥିବା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଜଫର୍‌ ଇକ୍‌ବାଲ୍‌ ରାନ୍ଧଓ୍ଵା ଏବଂ ଅନ୍ୟମାନେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଛାତ୍ରୀମାନଙ୍କୁ ଓଢ଼ଣି ଓ ଅବୟା ଦିଆଯାଇ ପାରିବ ବୋଲି ‘ଡଅନ୍‌’ ଖବରକାଗଜ ରିପୋର୍ଟ କରିଛି। କୁଳପତିଙ୍କ ବିଶ୍ୱାସ ଏହା ପାକିସ୍ତାନର ସଂସ୍କୃତ ଓ ଇସ୍‌ଲାମୀୟ ପରମ୍ପରା ସହ ଖାପ ଖାଇବ।ବିଶ୍ୱବ୍ୟାପୀ ଫେବ୍ରୁଆରି ୧୪ ତାରିଖ ଦିନ ଭାଲେଣ୍ଟାଇନ୍‌ସ୍‌ ଡେ ପାଳନ କରା ଯାଏ। ସେ ଦିନ ଲୋକେ ଶୁଭେଚ୍ଛାପତ୍ର ଓ ଉପହାର ଜରିଆରେ ସେମାନଙ୍କର ସ୍ନେହ ଓ ଶ୍ରଦ୍ଧା ପ୍ରକାଶ କରିଥାଆନ୍ତି। ରାନ୍ଧ୍‌ଓ୍ଵା କହିଛନ୍ତି: ଇସ୍‌ଲାମୀୟ ପରମ୍ପରାର ପ୍ରସାର ନିମନ୍ତେ ଫେବ୍ରୁଆରି ୧୪ ତାରିଖ ଦିନ ‘ସିଷ୍ଟର୍ସ ଡେ’ ପାଳିବାକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛି।ସେ ଆହୁରି କହିଛନ୍ତି ଯେ ତାଙ୍କ ପ୍ରସ୍ତାବିତ ‘ସିଷ୍ଟର୍ସ ଡେ’ ପାଳନ କଥାଟି କ୍ଲିକ୍‌ କରିବ କି, ନାହିଁ ସେ ନିଶ୍ଚିତ ନୁହନ୍ତି। କେତେକ ମୁସଲମାନ ଭାଲେଣ୍ଟାଇନ୍‌ ଡେ’କୁ ବିପଦ ବୋଲି ଦର୍ଶାଇଥିବା ବେଳେ ମୁଁ ଚିନ୍ତା କଲି ସେ ବିପଦ୍‌କୁ ଗୋଟାଏ ଅବସର କରି ଦେବା ଉଚିତ। ଆମ ବିଚାରରେ ମହିଳାମାନଙ୍କ ମର୍ଯ୍ୟାଦା ଖୁବ୍‌ ଉଚ୍ଚରେ। ଆଜିକାଲି ଏଠି ‘ଜେଣ୍ଡର୍‌ ଏମ୍ପାଓ୍ଵାର୍‌ମେଣ୍ଟ୍‌ ଯୁଗ, ପାଶ୍ଚାତ୍ୟ ବିଚାରଧାରା ପ୍ରସାରିତ ହେଉଛି। କିନ୍ତୁ ଆମ ଧର୍ମ ଓ ସଂସ୍କୃତିରେ ରହିଛି ସର୍ବୋତ୍ତମ ଲିଙ୍ଗଗତ ଶକ୍ତିକରଣ ଏବଂ କର୍ମର ଶ୍ରେଣୀ ବିଭାଗ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...