Home ଦେଶ-ବିଦେଶ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି । ୨୦୦୮ ନଭେମ୍ବର ୨୬ରେ ଘଟିଥିବା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଲସ୍କର –ଏ-ତୋଏବା ସଦସ୍ୟ ସାଜିଦ୍ ମୀରକୁ ଏବେ ଆମେରିକା ଖୋଜୁଛି । ତେଣୁ ଯଦି ତାକୁ ଦରାଇ ଦେବ ତାହାଲେ ଆମେରିକା ପ୍ରଶାସନ ୫୦ ଲକ୍ଷ ଡଲାର ପୁରସ୍କାର ଦେବ ବୋଲି କହିଛି ।
ସୂଚନାନୁଯାୟୀ ୧୨ ବର୍ଷ ତଳେ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀ ସାଜିଦ୍ ଏବେ ପାକିସ୍ତାନର କୈାଣସି ଏକ ଆତ୍ମଗୋପନରେ ଅଛି । ସେ ଏହି ଆକ୍ରମଣରେ ସାଜିଦ୍ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା । କେମିତି ଆକ୍ରମଣ ହେବ କେଉଁ ରୂପରେ କରାଯିବ ସେ ସବୁର ବ୍ୟବସ୍ଥା କରାଯାଇଥିଲା ସେ ଆକ୍ରମଣ ସମୟରେ ଆତଙ୍କ ବାଦୀ ସହ ମଧ୍ୟ କଥା ହେଉଥିଲା ।
ସେହିପରି ୨୬/୧୧ ଆକ୍ରମଣରେ ଲସ୍କରର ୧୦ ଜଣ ଆତଙ୍କବାଦୀ ସାମିଲ ଥିଲେ ଏବଂ ୧୬୬ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନରେ ୯ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଆଙ୍କବାଦୀ ଅଜମାଲ କସାବକୁ ଧରାଯାୟୀ ଫାଶୀ ଦିଆ ଯାଇଥିଲା ।
ଏହି ଆକ୍ରମଣରେ ସାଜୀଦ୍ ମୀର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା । ୨୦୧୧ ମସିହା ଏପ୍ରିଲ ୨୨ରେ ସାଜିଦ୍ ମୀର ନାଁରେ ୱାରେଣ୍ଟ ଜାରି କରାଯାଇଥିଲା । ସେହିପରି ୨୦୧୯ରେ ତା ନାଁରେ ଏଫବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ ହୋଇଥିଲା ।

ରାଜ୍ୟର ଖବର

ମ୍ୟାଟ୍ରିକ ପରୀକ୍ଷାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ;୫୦ ମାର୍କ ଓଏମଆର ୩୦ ମାର୍କ ସବଜେକ୍ଟିଭ୍‌

ମେଟ୍ରୋ ଟିଭି ବ୍ୟୁରୋ : ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ...

ଜାନୁୟାରୀ ପ୍ରତି ଶନିବାର ବନ୍ଦ ରହିବ କୋର୍ଟ

ମେଟ୍ରୋ ଟିଭି ବ୍ୟୁରୋ : ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ ବନ୍ଦ ରହିବ । ଏହାର ଅଫିସ୍‌, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ଆଦି...

ଜାନୁୟାରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ...

ଦେଶ-ବିଦେଶ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଦେଶରେ ମିଳିବ ସମସ୍ତଙ୍କୁ ମାଗଣାରେ କରୋନା ଟିକା

ମେଟ୍ରୋ ଟିଭି ବ୍ୟୁରୋ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ଜେଟ୍‌ର ବିମାନେସବା ଆରମ୍ଭ

ମେଟ୍େରା ଟିଭି ବ୍ୟୁରୋ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସ୍ପାଇସ୍‌ଜେଟ୍‌ବିମାନ ସେବା ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ମେଟ୍ରୋ ଟିଭି ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା...