National/International

ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ନିଯୁକ୍ତ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ହେବେ ଦେଶର ୪୬ତମ ପ୍ରଧାନ ବିଚାରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ଆସନ୍ତା ଅକଟୋବର ୩ ତାରିଖରେ ଜଷ୍ଟିସ ଗୋଗୋଇ ଏହି ଦାୟିତ୍ୱ ଗ୍ରହଣ କରିବେ। ଅକ୍ଟୋବର ୨ ତାରିଖରେ ବର୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ଗ୍ରହଣ କରିବେ। ଜଷ୍ଟିସ ଗୋଗୋଇଙ୍କ କାର୍ଯ୍ୟକାଳ ୧୩ ମାସରୁ ଟିକିଏ ଅଧିକ ରହିବ। ସେ ୧୭ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିବେ। ତାଙ୍କୁ ପରବର୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ଜଷ୍ଟିସ ଦୀପକ ମିଶ୍ର ସରକାରଙ୍କୁ ସୁପାରିସ କରିଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ସୁପ୍ରିମ କୋର୍ଟର ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍‌ ଗୋଗୋଇ ଥିଲେ ଅନ୍ୟତମ। ସୁପ୍ରିମ୍‌ କୋର୍ଟର ‘ସ୍ୱାଧୀନତା’ ପାଇଁ ସେ ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କର ନୁଆ ନିଯୁକ୍ତି ଉପରେ ସମସ୍ତଙ୍କର ନଜର ଥିଲା। ତେବେ ପୂର୍ବରୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ନେଇ କୌଣସି ବିବାଦ ସୃଷ୍ଟି ହେବା ସରକାର ଚାହାନ୍ତି ନାହିଁ। ପରଂପରା ଅନୁଯାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାମ ଗତ ୪ ତାରିଖ ଦିନ ସରକାରଙ୍କୁ ସୁପାରିସ କରିଥିଲେ। ପ୍ରଧାନ ବିଚାରପତିଙ୍କ ସୁପାରିସକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

  •  
  •  
  •  
  •  
  •  
  •  
  •  

Join The Discussion