Home ଦେଶ-ବିଦେଶ ସାତ ମାସ ପରେ ଖୋଲିଲା ସାବରିମାଳା ମନ୍ଦିର ଦିନକୁ ୨୫୦ ଭକ୍ତ କରିବେ ଦର୍ଶନ

ସାତ ମାସ ପରେ ଖୋଲିଲା ସାବରିମାଳା ମନ୍ଦିର ଦିନକୁ ୨୫୦ ଭକ୍ତ କରିବେ ଦର୍ଶନ

ମେଟ୍ରୋ ଟିଭି ବ୍ୟୁରୋ : କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଦିର୍ଘ ୭ ମାସ ପରେ ସନିବାର ଖୋଲିଛି । କରୋନା ସଂକ୍ରମଣ ଯୋଗୁଁ ଶ୍ରଦ୍ଧାଳୁମାନଙ୍କୁ ଏହି ମନ୍ଦିର ଆସିବାକୁ ବାରଣ କରାଯାଇଥିଲା । ପୂର୍ବରୁ ଏହି ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ନେଇ ଆଇନଗତ ବିବାଦ ସୁପ୍ରମିକୋର୍ଟ ପର୍ଯ୍ୟନ୍ତ ଜାଇଥିଲା । ଏହି ବିତର୍କିତ ବିବାଦ ପାଇଁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଦେଖାଦେଇଥିଲା । ୭ ମାସ ପରେ ସାବରିମାଳା ମଡ଼୍‌ଦିର ଖୋଲିବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ୫ ଦିନିଆ ମାସିକ ପୂଜା ଆରମ୍ବ ହୋଇଛି । ଦୈନିକ ୧୦ରୁ ୬୦ ବର୍ଷ ବର୍ଗର ସର୍ବାଧିକ ୨୫୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ଓ ସମସ୍ତେ ମାସ୍କ ପିନ୍ଧିବା ସହ ସାଙ୍ଗରେ କରୋନା ନେଗେଟିଭି ପ୍ରମାଣପତ୍ର ନେବାକୁ ବାଧ୍ୟତାମୂଳ କରାଯାଇଛି । ଦର୍ଶନ ନିମନ୍ତେ ଅନଲାଇନ ପଞିକରଣ ବ୍ୟବସ୍ଥା ହୋଇଛି । ପ୍ରଥମଦିନ ପଞିକରଣ ମାଧ୍ୟମରେ ୨୪୬ ଜଣ ଭକ୍ତ ଦର୍ଶନ କରିବାର ସୂଯୋଗ ପାଇଛନ୍ତି ।

ରାଜ୍ୟର ଖବର

ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ

ମେଟ୍ରୋ ଟିଭି ବ୍ୟୁରୋ : ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶି ତିଥୀରେ ଆଜି ଠାରୁ ଶ୍ରୀ ମନ୍ଦିରରେ କାର୍ତ୍ତିକ ରୀତି ଆରମ୍ଭ ହୋଇଛି । ସେହିପରି ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ...

ଆଜି ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ୧୨୭୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ପୁନଃଚ୍ଛେଦ୍ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଜି ୧୩ ଜଣ କରୋନା ଆକ୍ରାନ୍ତ ହୋଇ...

ପୁଣି ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ଆକ୍ରାନ୍ତ ; ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଲା

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ପଜେଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯୪୨ରେ ପଂହଚିଛି । https://twitter.com/IPR_Odisha/status/1320963638685884416?s=20 ତେବେ ସେମାନଙ୍କ ମଧ୍ୟରୁ...

ଦେଶ-ବିଦେଶ

ଚୀନ ସୈନିକଙ୍କୁ ଫେରାଇଲା ଭାରତ

ମେଟ୍ରୋ ଟିଭି ବ୍ୟୁରୋ : ପୂର୍ବ ଲଦାଖର ଡେମଚକଠାରେ ଗତ ୧୯ ତାରିଖରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଚାଲିଆସିଥିଲେ ଜଣେ ଚୀନ ସୈନିକ । ସୀମା ଭିତରକୁ ପଶି...

ପାଣିରେ ଚାଲିବ ମେଟ୍ରୋ ଟ୍ରେନ ; ୨୦ ମିନିଟ ସ୍ଥାନରେ ଲାଗିବ ୧ ମିନିଟ୍

ମେଟ୍ରୋ ଟିଭି ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ମାସରେ କୋଲକତା ଠାରେ ବିଶ୍ୱସ୍ତରୀୟ ସୁବିଦା ବାଲା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ...

ସଂନ୍ଧ୍ୟା ୬ଟାରେ ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମେଟ୍ରୋ ଟିଭି ବ୍ୟୁରୋ : ଆଜି ସଂନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...