National/International

ସୁଲତାନପୁର ଜିଲାର ବଦଳିବ ନାଁ

  •  
  • 2
  •  
  •  
  •  
  •  
  •  
    2
    Shares

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ନାଁ ବଦଳ ସିଜିନ ଚାଲିଛି। ପ୍ରଥମେ ମୋଗଲସରାଇ ଷ୍ଟେସନର ନାଁ ବଦଳାଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ କରାଗଲା। ତା’ପରେ ଆହ୍ଲାବାଦ ନାଁକୁ ବଦଳାଇ ପ୍ରୟାଗରାଜ, ଫୌଜାବାଦ ଜିଲାର ନାଁ ବଦଳାଇ ଅଯୋଧ୍ୟା କରାଯାଇଛି। ଏବେ ସୁଲତାନପୁର ଜିଲାର ନାଁ ବଦଳାଇବବାକୁ ପ୍ରୟାସ ଆରମ୍ଭ କରିଛି ଭାଜପା। ସୁଲତାନପୁର ଜିଲାର ନାମ ପରିବର୍ତ୍ତନ କରାଯାଇ କୁଶଭବନପୁର ରଖିବାକୁ ଭାଜପା ବିଧାୟକ ଦେବମଣି ଦ୍ୱିବେଦୀ ପ୍ରସ୍ତାବ ଦେଇଛନ୍ତି।  ସେ କହିଛନ୍ତି, ପୂର୍ବରୁ ଭଗବାନ ରାମଙ୍କ ପୁଅ କୁଶ ଏଠାରେ ଦୀର୍ଘଦିନ ଧରି ବାସ କରୁଥିବାରୁ ସୁଲତାନପୁର ଜିଲାର ନାଁ କୁଶଭବନପୁର ଥିଲା। କିନ୍ତୁ ଆଲାଉଦ୍ଦିନ ଖିଲଜୀ ଦେଶରେ ପ୍ରବେଶ କରିବା ପରେ ଜିଲାର ନାମ ପରିବର୍ତ୍ତନ କରିଦେଇଥିଲେ। ପୁଣି ଥରେ ସୁଲତାନପୁର ଜିଲାର ନାଁ କୁଶଭବନପୁର ରଖିବାକୁ ବିଧାନସଭାରେ ଏକ ପ୍ରସ୍ତାବ ଦେଇଛନ୍ତି ଦେବମଣି। ବିଧାନସଭାର ଆଗାମୀ ଅଧିବେଶନରେ ଏନେଇ ଆଲୋଚନା ହେବ ବୋଲି ଜଣାପଡିଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...