National/International

ସରକାରୀ ସୂଚନା ପ୍ରଦାନ, ଯୋଗାଯୋଗରେ ଆଂଚଳିକ ଭାଷାର ଉପଯୋଗ ଗୁରୁତ୍ୱପୂର୍ଣ୍ଣ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ୟୁନିଟଗୁଡ଼ିକୁ ନେଇ ପ୍ରଥମ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ଯୁବବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ।
ଏହି ସମ୍ମିଳନୀ ସମୟରେ ଗଣମାଧ୍ୟମ ୟୁନିଟଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ଦୈନନ୍ଦିନ କାର୍ଯ୍ୟକଳାପରେ ଗଣମାଧ୍ୟମ ୟୁନିଟଗୁଡ଼ିକ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମିଳନୀ କାଳରେ ଯୋଗାଯୋଗରେ ଆଧୁନିକ ପ୍ରଯୁକ୍ତି ସରଞ୍ଜାମର ଉପଯୋଗ ନେଇ ଆଲୋଚନା କରାଯାଇଥିଲା ।
ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ କର୍ଣ୍ଣେଲ ରାଠୋର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱ ଉପରେ ଆଲୋକପାତ କରି ଏହାକୁ ସରକାରଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଭାବେ ବର୍ଣ୍ଣନା କରିଥିଲେ । ସେମାନଙ୍କ କାର୍ଯ୍ୟରେ ଆହୁରି ଉକ୍ରର୍ଷ ହାସଲ କରିବା ଲାଗି ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ନିରନ୍ତର ପରିବର୍ତିତ ଯୋଗାଯୋଗ ପରିଦୃଶ୍ୟରେ ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଏହାକୁ ଉପଯୋଗ କରିବା ଉପରେ ସେ ଜୋର ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ଗଣମାଧ୍ୟମ ୟୁନିଟଗୁଡ଼ିକ ପାଇଁ ସବୁଠୁ କଷ୍ଟକର କାମ ହେଉଛି ତୃଣମୂଳସ୍ତରରେ ପହଁଚିିବା । ସେହିପରି ସରକାରୀ ଯୋଗାଯୋଗରେ ଆଂଚଳିକ ଭାଷାର ଉପଯୋଗର ଗୁରୁତ୍ୱକୁ ସେ ଉଲ୍ଲେଖ କରିଥିଲେ । ଆଇଆଇଏସ ପ୍ରୋବେସନରମାନଙ୍କ ପାଇଁ ବିଦେଶ ତାଲିମ ଉପାଦାନ ଆରମ୍ଭ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ନେଇଥିବା ନିଷ୍ପତିକୁ ସେ ପ୍ରଶଂସା କରିବା ସହିତ ଉଭୟ ପ୍ରାରମ୍ଭିକ ନିଯୁକ୍ତି ସ୍ତର ଏବଂ ସେବାସ୍ତରରେ ତାଲିମର ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ କହିଥିଲେ ଯେ ଉତମ ଜନସମ୍ପର୍କ ଫଳାଫଳରେ ଉନ୍ନତି ଆଣିବା ଲାଗି ସମସ୍ତ ଗଣମାଧ୍ୟମ ୟୁନିଟଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ଅହରହ ପରିବର୍ତିତ ପ୍ରଯୁକ୍ତି ସହିତ ତାଳ ଦେଇ ଚାଲିବା ଉପରେ ଆଲୋକପାତ କରି ସେ ଉତମ ଫଳାଫଳ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀରେ ସାରା ଦେଶରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ୧୨୫ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...