National/International

ଡିସେମ୍ବରରୁ ଆରମ୍ଭ ହୋଇପାରେ ଅଯୋଧ୍ୟା ମନ୍ଦିର ନିର୍ମାଣ କାର୍ଯ୍ୟ

  •  
  •  
  •  
  •  
  •  
  •  
  •  

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ରାଜନୀତି ଜୋର ଧରିଛି। ଆସନ୍ତା ଡିସେମ୍ବର ମାସରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ବିଳାଶ ବେଦାନ୍ତୀ ଗଣମାଧ୍ୟମକୁ କହିଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏହାକୁ ଖଣ୍ଡନ କରି କହିଛନ୍ତି, ଅଯୋଧ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଥିବାରୁ ଏନେଇ ବିଶେଷ କିଛି କୁହାଯାଇପାରିବ ନାହିଁ। ରାମ ମନ୍ଦିର କେବେ, କେଉଁ ମାସର କେଉଁ ଦିନ ନିର୍ମାଣ ହେବ ସେ ବିଷୟରେ ଅଦାଲତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ରାମ ମନ୍ଦିର ନିର୍ମାଣ ଉପରେ ମତ ରଖି ବିଳାଶ କହିଛନ୍ତି, ବିନା ଅଧ୍ୟାଦେଶରେ ସମସ୍ତଙ୍କ ସହମତିରେ ଅଯୋଧ୍ୟାରେ ରାମ ମନ୍ଦିର ଏବଂ ଲକ୍ଷ୍ନୌରେ ଏକ ମସଜିଦ୍‌ ନିର୍ମାଣ ହେବ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...