National/International

କୁମ୍ଭରେ ବୁଡ଼ ପକାଇ ରାଜନୀତି ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ

  •  
  • 4
  •  
  •  
  •  
  •  
  •  
    4
    Shares

ନୂଆଦିଲ୍ଲୀ: କୁମ୍ଭମେଳାରେ ପବିତ୍ର ବୁଡ ପକାଇ ସକ୍ରିୟ ରାଜନୀତିକୁ ଓହ୍ଲାଇବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା। ଫେବୃୟାରୀ ୪ ମୌନି ଅମାବାସ୍ୟାଦିନ କୁମ୍ଭମେଳାର ଦ୍ୱିତୀୟ ସାହି ସ୍ନାନ ପଡୁଥିବାରୁ ଉଭୟ ପ୍ରିୟଙ୍କା ଓ ରାହୁଲ ଉକ୍ତଦିନ ପ୍ରୟାଗରାଜରେ ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ହଁି ପ୍ରିୟଙ୍କା ଔପଚାରିକ ଭାବେ ରାଜନୀତି ଆରମ୍ଭ କରିବେ। ୨୦୦୧ରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କୁମ୍ଭ ମେଳାରେ ବୁଡ ପକାଇଥିଲେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ହେବାକୁ କମ ସମୟ ଥିବାବେଳେ ମାଷ୍ଟରଷ୍ଟ୍ରୋକ ଖେଳିଛି କଂଗ୍ରେସ। ବହୁ ଅପେକ୍ଷା ପରେ ରାହୁଲ ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣିଛନ୍ତି। ପ୍ରିୟଙ୍କାଙ୍କୁ ଦଳର ମହାସଚିିବ ଭାବେ ଔପଚାରିକ ଘୋଷଣା କରାଯାଇଛି। ତାଙ୍କୁ ଭାଜପାର ଗଡ କୁହାଯାଉଥିବା  ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଯାଇଛି।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...