Home ଦେଶ-ବିଦେଶ ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ଜାଇଡସ୍ କ୍ୟାଡିଲା ବୁଲିବେ । ଜାଇଡସ୍ କାଡିଲା କମ୍ପାନୀର କରୋନା ଭ୍ୟାକ୍ସିନ୍ ଜିକୋଭ୍ ଡି’ର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଛି । ସେ ଜାଇଡସ୍ କାଡିଲା ପରେ ପୁନେସ୍ଥିତ ସେରମ ପରିଦର୍ଶନ କରିବେ । ବ୍ରିଟିଶ କମ୍ପାନୀ ଆଷ୍ଟାଜେନେକା ସହ ମିଶି ଅକ୍ସେଫୋର୍ଡ ଟିକା ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ୍ । ସେହିପରି ସେରମ ପରେ ହାଇଦ୍ରାବାଦର ଭାରତ ବାୟୋଟେକ୍ ପ୍ଲାଟ ବୁଲିବେ ।
ସେହିପରି ଦୁନିଆର ସବଠୁ ଭ୍ୟାକ୍ସିନ ନିର୍ମାତା ଭାବେ ସେରମ୍ର ଖ୍ୟାତି ରହିଛି । ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡ୍ରଗ୍ସ କଂଟ୍ରୋଲର ଅଫ୍ ଇଣ୍ଡିଆ ନିକଟରେ ଆବେଦନ କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଟିକା ପ୍ରସ୍ତୁତିର ତଦାରଖ ସମୀକ୍ଷା କରିବା ପରେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଅଦାର ପୁନାୱାଲା । ଏହି ସେରମ ଇନଷ୍ଟିଚ୍ୟୁଟ୍‌ରେ ପ୍ରାୟ ୧୦ କୋଟି ମାତ୍ରାର ଟିକା ପ୍ରସ୍ତୁତ କରିସାରିଥିବା ନେଇ ସୂଚନା ଦେଇଛନ୍ତି ପୁନାୱାଲା । ସାଧାରଣରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମିଳୁଥିବା ତଥ୍ୟ ଅନୁସାରେ ଭାରତକୁ ୨୦୨୧ ସୁଦ୍ଧା ୩୦ କୋଟିରୁ ୪୦ କୋଟି ମାତ୍ରାର ଟିକା ଆବଶ୍ୟକ ।
ଅନ୍ୟପଟେ ଏହି ଟିକା ବିତରଣକୁ ନେଇ ତାଙ୍କ କମ୍ପାନୀ ପାଇଁ ଭାରତକୁ ପ୍ରାଥମିକତା ଦିଆଯିବ । ଆବଶ୍ୟକ ହେଲେ ସେମାନଙ୍କ ପାଇଁ ମଧ୍ୟ ଭାରତରେ ଟିକା ପ୍ରସ୍ତୁତ କରାଯାଇପାରିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଲେ ଅଦାର ପୁନାୱାଲା ସୂଚନା ଦେଇଛନ୍ତି ।

ରାଜ୍ୟର ଖବର

ମ୍ୟାଟ୍ରିକ ପରୀକ୍ଷାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ;୫୦ ମାର୍କ ଓଏମଆର ୩୦ ମାର୍କ ସବଜେକ୍ଟିଭ୍‌

ମେଟ୍ରୋ ଟିଭି ବ୍ୟୁରୋ : ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ...

ଜାନୁୟାରୀ ପ୍ରତି ଶନିବାର ବନ୍ଦ ରହିବ କୋର୍ଟ

ମେଟ୍ରୋ ଟିଭି ବ୍ୟୁରୋ : ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ ବନ୍ଦ ରହିବ । ଏହାର ଅଫିସ୍‌, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ଆଦି...

ଜାନୁୟାରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ...

ଦେଶ-ବିଦେଶ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଦେଶରେ ମିଳିବ ସମସ୍ତଙ୍କୁ ମାଗଣାରେ କରୋନା ଟିକା

ମେଟ୍ରୋ ଟିଭି ବ୍ୟୁରୋ : ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ଜେଟ୍‌ର ବିମାନେସବା ଆରମ୍ଭ

ମେଟ୍େରା ଟିଭି ବ୍ୟୁରୋ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ସ୍ପାଇସ୍‌ଜେଟ୍‌ବିମାନ ସେବା ଆରମ୍ଭ ହେବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ମେଟ୍ରୋ ଟିଭି ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା...