ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସନ୍ତୁଷ୍ଟ ହେବା ପରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍ ଓ ଡିଜେଲରେ ୫ ଟଙ୍କା କମ୍ କରିଥିଲେ। କେତେକ ରାଜ୍ୟ ସରକାର ମଧ୍ୟ ଏହି ଦାମରେ ୨ଟଙ୍କା ୫୦ ପଇସା କମାଇ ଦେଇଥିଲେ। ହେଲେ ରାଜଧାନୀ ଦିଲ୍ଲୀରେ କେଜରିଓ୍ବାଲ ସରକାର ଭାଟ୍ କମ୍ କରି ନ ଥିବାରୁ ଏଠାରେ ପେଟ୍ରୋଲ୍ ୮୧ଟଙ୍କା ୫୦ ପଇସା ଓ ଡିଜେଲ ୭୨ଟଙ୍କା ୯୫ ପଇସାରେ ମିଳୁଛି। ହେଲେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପେଟ୍ରୋଲ୍ ଓ ଡିଜେଲ ଦାମ୍ରେ ୨ଟଙ୍କା ୫୦ ପଇସା କମ୍ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆଉ ୫ଟଙ୍କା କମାଇ ଦେଇଛନ୍ତି। ତେଣୁ ନୋଏଡାରେ ଏବେ ପେଟ୍ରୋଲ୍ ଲିଟର ପିଛା ୭୯.୦୮ଟଙ୍କାରେ ମିଳୁଥିବା ବେଳେ ଡିଜେଲର ଦାମ୍ ରହିଛି ୭୧.୧୦ଟଙ୍କା। ତେଣୁ ଦିଲ୍ଲୀ ଅପେକ୍ଷା ଏଠାରେ କମ୍ ଦାମରେ ପେଟ୍ରୋଲ୍ ଡିଜେଲ ମିଳୁଥିବାରୁ ଲୋକେ ଦିଲ୍ଲୀ ଛାଡି ନୋଏଡା ଆସୁଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଲୋକେ ନୋଏଡା ବଦଳରେ ଦିଲ୍ଲୀରେ ପେଟ୍ରୋଲ୍ ଡିଜେଲ ପକାଉଥିଲେ। ହେଲେ ଏବେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି।
on October 6, 2018
ଲୋକଙ୍କୁ ପେଟ୍ରୋଲ ଚିନ୍ତା : ତେଲ ପାଇଁ ଦିଲ୍ଲୀରୁ ନୋଏଡା ଯାଉଛନ୍ତି
Loading...