National/International

ମୋ ଜୀବନ ପ୍ରତି ବିପଦ ରହିଛି: ନୀରବ ମୋଦି

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ/ବ୍ରିଟେନ୍‌ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ସୁନା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ଆରମ୍ଭ ହୋଇଥିବାବେଳେ ସେ ଭାରତ ଫେରିବେ ନାହିଁି ବୋଲି କହିଛନ୍ତି। ଭାରତ ଫେରିଲେ ମୋ ଜୀବନ ପ୍ରତି ବିବଦ ରହିଥିବା ସେ ଯୁକ୍ତି ବାଢିଛନ୍ତି। ଭାରତରୁ ମିଳୁଥିବା ଧମକ ଓ ସୁରକ୍ଷା କାରଣରୁ  ସେ ଭାରତ ଫେରିବାକୁ ଚାହୁଁନାହାନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସହ କଥାବାର୍ତ୍ତା ସମୟରେ ସେ ଏହା କହିଛନ୍ତି।

ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ ପାଇଁ ୟୁକେ ସରକାରଙ୍କୁ ଭାରତ ସରକାର ପୂର୍ବରୁ ଚିଠି ଲେଖି ସାରିଛନ୍ତି। ଏହା ପୂର୍ବରୁ ମଧ୍ୟ ନିରବଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି। ଏଲଓୟୁ ଏବଂ ଏଫଏଲସି ମାଧ୍ୟମରେ ବ୍ୟାଙ୍କରୁ ନୀରବ ମୋଦି କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ରହିଛି। ନୀରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକସି ସହ ଅନ୍ୟମାନେ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଏବେ ସିବିଆଇ ପକ୍ଷରୁ ତଦନ୍ତ କରାଯାଉଛି।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...