National/International

ବନ୍ଧୁକର ଜବାବ ଲୋକେ ବାଲାଟ୍ରେ ଦେଉଛନ୍ତି : ମୋଦି

  •  
  • 1
  •  
  •  
  •  
  •  
  •  
    1
    Share

ବିଳାସପୁର: ଲୋକେ ବର୍ତ୍ତମାନ ଅଧିକ ସଚେତନ । କିଏ କାହା ପାଇଁ କ’ଣ କାମ କରୁଛନ୍ତି ସେମାନେ ବୁଝି ସାରିଲେଣି । କଂଗ୍ରେସ କେବଳ କ୍ଷମତାକୈନ୍ଦ୍ରିକ ରାଜନୀତି କରୁଛି । ଏହାର ରାଜନୀତି କେବଳ ଗୋଟିଏ ପରିବାର ମଧ୍ୟରେ ସୀମିତ । ତାହା ହେଉଛି ଗାନ୍ଧୀ ପରିବାର । କଂଗ୍ରେସ ଏଭଳି ଏକ ଦଳ, ଯିଏ ରାଜନୈତିକ ସ୍ୱାର୍ଥ ପାଇଁ ମାଓବାଦୀମାନଙ୍କୁ ସମର୍ଥନ କରୁଛି । ମାଓବାଦୀମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭିତ କରିବାକୁ ଚେଷ୍ଟା କରୁଛି । ତେବେ ଭୋଟରମାନେ ନିର୍ଭିକ ଓ ସଜାଗ । ଏବେ ସେମାନେ ବନ୍ଧୁକର ଜବାବ ବାଲାଟରେ ଦେଉଛନ୍ତି । ସୋମବାର ବିଳାସପୁରରେ ଆୟୋଜିତ ଏକ ନିର୍ବାଚନ ର‌୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସେ କହିଛନ୍ତି ଯେ, ଛତିଶଗଡ଼ ସମ୍ପୂର୍ଣ୍ଣ ଦେଶକୁ ଆଲୋକିତ କରୁଛି । ଏହି ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରୟାସରତ । ବିଜେପି ଲୋକଙ୍କ ପାଇଁ କାମ କରୁଥିବାରୁ ରାଜ୍ୟବାସୀଙ୍କ ଆଶୀର୍ବାଦ ଏହା ଉପରେ ରହିଛି । ମାଓବାଦୀଙ୍କ ଧମକ ସତ୍ତେ୍ୱ ପ୍ରଥମ ପର୍ଯ୍ୟାୟରେ ଲୋକେ ଯେଭଳି ସଂଖ୍ୟାରେ ଭୋଟ ଦେବାକୁ ଆସିଛନ୍ତି, ତାହା ବାସ୍ତବିକ ଅଭୁତପୂର୍ବ । କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଲେ ଯେ, ଏହା ବିଭାଜନବାଦୀ ରାଜନୀତି ଚଳାଇଛି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...