National/International

ଟ୍ୱିଟରେ ମାଲ୍ୟା ଜଣାଇଲେ ସବୁ ଟଙ୍କା ଫେରାଇବି

  •  
  • 2
  •  
  •  
  •  
  •  
  •  
    2
    Shares

ଲଣ୍ଡନ : ଭାରତର ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନ କରି ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟମାଲ୍ୟାଙ୍କୁ ଭାରତ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ଇଂଲଣ୍ଡ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ମାଲ୍ୟାଙ୍କ ଚିନ୍ତା ବଢିଯାଇଛି । ଭାରତକୁ ଆସିଲେ ତାଙ୍କ ଅବସ୍ଥା ସାଂଘାତିକ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି । ସେ ନିକଟରେ ଭାରତ ଫେରିବା ପାଇଁ ରାଜି ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ଜେଲ୍ ବ୍ୟବସ୍ଥା ଲାଗି ଅନୁରୋଧ କରିଥିଲେ । ତେବେ ତାହା ଉପରେ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହାନ୍ତି । ଏବେ ପ୍ରତ୍ୟାର୍ପଣ ପାଇଁ ଦୁଇ ଦେଶ ପ୍ରକ୍ରିୟାକୁ ଜୋରଦାର କରିଥିବାରୁ ସମ୍ଭାବ୍ୟ ସଂକଟରୁ ରକ୍ଷା ପାଇବା ପାଇଁ ମାଲ୍ୟ ଏବେ ଏକ ନୂଆ ଚାଲ୍ ଖେଳାଇଛନ୍ତି । ବ୍ୟାଙ୍କମାନଙ୍କୁ ସବୁ ଋଣ ଟଙ୍କା ଫେରାଇ ଦେବା ପାଇଁ ସେ ପ୍ରସ୍ତୁତ ବୋଲି ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ବ୍ୟାଙ୍କମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ଆପଣମାନଙ୍କଠାରୁ ଯେତେ ପରିମାଣ ଋଣ ନେଇଛି, ସବୁ ଫେରାଇ ଦେବି । ମୋର ଅନୁରୋଧକୁ ଆପଣମାନେ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ମାଲ୍ୟାଙ୍କର ଏଭଳି ସୋସିଆଲ ମିଡିଆ ବାର୍ତ୍ତା ଆସିବା ପରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୬୨ ବର୍ଷିୟ କିଙ୍ଗ୍ଫିସର ଏୟାରଲାଇନ୍ର ପୂର୍ବତନ ମୁଖ୍ୟ ମାଲ୍ୟା ଟ୍ୱିଟରରେ କହିଛନ୍ତି ଯେ, ନିଜ କଂପାନୀକୁ କ୍ଷତିରୁ ବଞ୍ଚାଇବା ପାଇଁ ଋଣ କରିବାକୁ ବାଧ୍ୟ ହୋଇଛନ୍ତି । ଏୟାରଲାଇନ୍ସର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିଲା । ଗୋଟିଏ ପଟେ ବିମାନ ପାଇଁ ବ୍ୟବହୃତ ଇନ୍ଧନର ମୂଲ୍ୟ ହୁହୁ ହୋଇ ବଢିଚାଲିଥିଲା ବେଳେ ସେହି ବର୍ଦ୍ଧିତ ଦର ସହିତ ତାଳ ଦେଇ ଚାଲିବା କଷ୍ଟକର ହୋଇପଡିଲା । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୦ ଡଲାର ହୋଇଗଲା । ତେଣୁ କ୍ଷତି ପରିମାଣ ମଧ୍ୟ ବଢିବାରେ ଲାଗିଲା । ବ୍ୟାଙ୍କଗୁଡିକରୁ ଯେଉଁ ଟଙ୍କା ଆଣିଥିଲା, ସେହି ଟଙ୍କା ବର୍ଦ୍ଧିତ ତୈଳ କିଣାରେ ଚାଲିଗଲା । ତେଣୁ ମୂଳ ଋଣ ଅର୍ଥ ପରିଶୋଧ କରିପାରିଲାନି ନାହିଁ । କିନ୍ତୁ ଏବେ ପ୍ରତିଶ୍ରୁତି ଦେଉଛି ଯେ, ମୁଁ ୧୦୦ ପ୍ରତିଶତ ମୂଳଧନ ପରିଶୋଧ କରିବାକୁ ପ୍ରସ୍ତୁତ । ମୋର ପ୍ରସ୍ତାବ ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ବୋଲି ମାଲ୍ୟା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...