Home ଦେଶ-ବିଦେଶ ଆରମ୍ଭ ହେଲା କୁମ୍ଭ ମେଳା

ଆରମ୍ଭ ହେଲା କୁମ୍ଭ ମେଳା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପବିତ୍ରପ୍ରାୟାଗରାଜ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ପବିତ୍ର ବୁଡ଼ ପକାଇବା ସହିତ ଆନୁଷ୍ଠାନିକଭାବେ କୁମ୍ଭ ମେଳା ଆରମ୍ଭ ହୋଇଛି। ୫୫ ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳାରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନେ ଧାଡ଼ିବାନ୍ଧି ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାରେ ପବିତ୍ର ସ୍ନାନ କରିଛନ୍ତି। କୁୁମ୍ଭ ମେଳାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ସାଧୁସନ୍ଥ, ଦେଶର ପଯ୍ୟଟକଙ୍କ ସହିତ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି କୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ ଯେ କୁମ୍ଭମେଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ମେଳା। ଏହି ମେଳାରେ ଚଳିତ ବର୍ଷ ଆନୁମାନିକ ୧୩ କୋଟିରୁ ଅଧିକ ଲୋକ ଭାଗ ନେବେ ବୋଲି ଆକଳନ କରାଯାଉଛିି। କୁମ୍ଭ ମେଳାକୁ ଆଖିଆଗରେ ରଖି ରେଳବାଇ ପକ୍ଷରୁ ଅତିରିକ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛିି। ମେଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୨ ହଜାର ପାଇଖାନା ନିର୍ମାଣ କରାଯାଇଥିବା ଜଣାଯାଇଛିି।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...