National/International

୨୫ ବର୍ଷ ପୂରଣ କରିଥିବାରୁ କର୍ମଚାରୀଙ୍କୁ ମିଳିଲା ମର୍ସିଡିଜ, ଚର୍ଚ୍ଚାରେ ହୀରା ବ୍ୟବସାୟୀ ସାବଜୀ ଡୋଲକିୟା

  •  
  •  
  •  
  •  
  •  
  •  
  •  

ଗାନ୍ଧୀନଗର : ଗୁଜରାଟର ଚର୍ଚ୍ଚିତ ହୀରା ବ୍ୟବସାୟୀ ସାବଜୀ ଡୋଲକିୟା ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ସଚ୍ଚୋଟତା ପାଇଁ ଅତୀତରେ ସେମାନଙ୍କୁ ଦାମୀ ଉପହାର ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଡୋଲକିଆ ଏଥର ପୁଣି ଥରେ ତାଙ୍କ ଦରିଆ ଦିଲ୍‌ ପାଇଁ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ୩ ଜଣ କର୍ମଚାରୀଙ୍କୁ ମର୍ସିଡିଜ କାର୍‌ ଉପହାର ଦେଇଛନ୍ତି। ଯାହାର ମୂଲ୍ୟ ଏକ କୋଟି ଟଙ୍କା। ତାହାପୁଣି ସର୍‌ପ୍ରାଇଜ୍‌ ଗିପ୍ଟ ଭାବେ। ହରିକୃଷ୍ଣ ଏକ୍ସପୋର୍ଟର ଅଧ୍ୟକ୍ଷ ଡୋଲକିଆ ଯେଉଁ ୩ ଜଣଙ୍କୁ ମର୍ସିଡିଜ ଉପହାର ଦେଇଛନ୍ତି ସେମାନେ ତାଙ୍କ କମ୍ପାନୀରେ ୨୫ ବର୍ଷ ପୂରଣ କରି ସାରିଛନ୍ତି। ନୀଲେଶ ଜାଡା(୪୦), ମୁକେଶ ଚାନ୍ଦପାରା(୩୮) ଓ ମହେଶ ଚାନ୍ଦପାରା(୪୩)ଙ୍କୁ ମିଳୁଛି ଏହି ଉପହାର। ଏମାନଙ୍କୁ ଯେତେବେଳେ ୧୩-୧୫ ବର୍ଷ ବୟସ ହୋଇଥିଲା ସେମାନେ ଏଠାରେ ଡାଇମଣ୍ଡ କଟିଂ କାମ ଆରମ୍ଭ କରିଥିଲେ। ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସାଧୁତା ପାଇଁ ଏବେ ଉକ୍ତ ୩ କର୍ମଚାରୀ ନିଜ କାମରେ ବେଶ୍‌ ପାରଙ୍ଗମ ହୋଇଥିବା ଡୋଲକିଆ କହିଛନ୍ତି। ତେଣୁ ଏମିତି କର୍ମଚାରୀଙ୍କୁ ଉପହାର ଦେବାକୁ ସେ ପସନ୍ଦ କରନ୍ତି ବୋଲି କହିଛନ୍ତି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...