Home ଦେଶ-ବିଦେଶ ଚୀନ ସୈନିକଙ୍କୁ ଫେରାଇଲା ଭାରତ

ଚୀନ ସୈନିକଙ୍କୁ ଫେରାଇଲା ଭାରତ

ମେଟ୍ରୋ ଟିଭି ବ୍ୟୁରୋ : ପୂର୍ବ ଲଦାଖର ଡେମଚକଠାରେ ଗତ ୧୯ ତାରିଖରେ ଏଲଏସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ଚାଲିଆସିଥିଲେ ଜଣେ ଚୀନ ସୈନିକ । ସୀମା ଭିତରକୁ ପଶି ଆସିସାରିବା ପରେ ଭାରତୀୟ ସେନା ହାତରେ ଧରାପଡିଯାଇଥିଲେ । ତେବେ ବିଧିବଦ୍ଧ ଭାବେ ପିପୁଲସ ଲିବରେସନ ଆର୍ମି (ପିଏଲଏ) ସୈନିକ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନକୁ ହସ୍ତାନ୍ତର କରିଛି ଭାରତ । ସୂଚନା ଅନୁଯାୟୀ, ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁସାରେ ଲଙ୍ଗଙ୍କୁ ଫେରାଇ ଦିଆଯାଇଥିବା ଜଣାପଡିଛି । ପୂର୍ବରୁ ଚୀନ ଲଙ୍ଗଙ୍କ ନିଖୋଜ ସମ୍ପର୍କରେ ଭାରତକୁ ଅବଗତ କରିବା ସହ ତାଙ୍କର ସନ୍ଧାନ ପାଇଁ ନିବେଦନ କରିଥିଲେ । ଲଙ୍ଗ ପିଏଲର ୬ଷଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ଏବଂ କର୍ପୋରା; ରାଙ୍କ କର୍ମଚାରୀ । ସେ ହଜିଯାଇଥିବା ଚମରୀ ଗାଈ ସନ୍ଧାନରେ ଭୁଲରେ ଏଲଏସି ଅତିକ୍ରମ କରିଥିବା କହିଥିଲେ । ଭାରତୀୟ ସେନା ଗିରଫ କରିବା ସହ ବିସ୍ତୃତ ଅନୁଧ୍ୟାନ କରିଥିଲେ । ତେବେ ଚୁସୁଲର ମଲଡୋଠାରେ ଚୀନ ପ୍ରତିପକ୍ଷଙ୍କ ସହିତ ଔପଚାରିକ ଆଲୋଚନା ପରେ ଛାଡି ଦିଆଯାଇଥିବା ଭାରତ ପକ୍ଷରୁ ମଧ୍ୟ ବିଦ୍ଧି ବଧ ଭାବେ ଛାଡି ଦିଆଯାଇଥିବା କୁହାଯାଇଛି ।

ରାଜ୍ୟର ଖବର

ଆଜିଠୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ

ମେଟ୍ରୋ ଟିଭି ବ୍ୟୁରୋ :ମହାମାରୀ କରୋନା କଟକଣା ମଧ୍ୟରେ ଆଜି ଟାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମହୋତ୍ସବ । ଏହି ଉତ୍ସବ ଚଳିତ ବର୍ଷ ୫ ଦିନଧରି ଚାଲିବାକୁ ଥିବା ବେଳେ...

ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ୍

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ରାଜ୍ୟର ସମସ୍ତ ସ୍କୁଲ ମେଡିକାଲ କଲେଜ୍ ଦୀର୍ଘ ମାସ ହେଲା ବନ୍ଦ ରହିଥିଲା । ଏହି କାରଣରୁ ଅନେକ ଛାତ୍ର ଓ ଛାତ୍ରୀଙ୍କ...

ଆଜିଠାରୁ ରାଜ୍ୟର ସମସ୍ତ ରୁଟରେ ଗଡିବ ‘ମୋ ବସ’‌

ମେଟ୍ରୋ ଟିଭି ବ୍ୟୁରୋ : ମହାମାରୀ କରୋନା କାରଣରୁ ଗତ କିଛି ଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଆଜିଠାରୁ ରାଜ୍ୟର ସମସ୍ତ ରୁଟ ରେ ଗଡିବ ମୋ...

ଦେଶ-ବିଦେଶ

ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ବାଇଡେନ ଆହତ

ମେଟ୍ରୋ ଟିଭି ବ୍ୟୁରୋ: ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଆହାତ ଜୋ ବାଇଡେନ । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଦିଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି...

ପ୍ରଧାନମନ୍ତ୍ରୀଙ୍କ ଟିକା ଅଭିଯାନ ; ଜାଇଡସ୍‌, ଭାରତ ବାୟୋଟେକ୍ ଏବଂ ସେରମ ଈନଷ୍ଟିଚ୍ୟୁଟ୍ କୋଭିଡ୍ ଟିକାର ପ୍ରସ୍ତୁତି ନେଇ କରିବେ ତଦାରଖ

ମେଟ୍ରୋ ଟିଭି ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଅଭିଯାନ । ଆଜି ଜାଇଡସ୍ , ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡକୁ ଧରାଇଦେଲେ ଅର୍ଥରାଶି ପୁରଷ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି ଆମେରିକା

ମେଟ୍ରୋ ଟିଭି ବ୍ୟୁରୋ :୨୬ /୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ହମଲାରେ ୧୨ ବର୍ଷ ପରେ ମଧ୍ୟ ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମେରିକା ଆର୍ଥିକ ରାଶି ପୁରଷ୍କାର ଘୋଷଣା କରିଛି ।...