Home ଦେଶ-ବିଦେଶ ମୋଦିଙ୍କୁ ଭୋଟ୍ ଦେବା ପାଇଁ ଅଷ୍ଟ୍ରେଲିଆରେ ଲୋଭନୀୟ ଚାକିରୀ ଛାଡିଲେ ଯୁବକ

ମୋଦିଙ୍କୁ ଭୋଟ୍ ଦେବା ପାଇଁ ଅଷ୍ଟ୍ରେଲିଆରେ ଲୋଭନୀୟ ଚାକିରୀ ଛାଡିଲେ ଯୁବକ

ନୂଆଦିଲ୍ଲୀ : ବିଦେଶରେ ରହୁଥିବା ଭାରତୀୟମାନଙ୍କ ମଧ୍ୟରେ ମୋଦି ପ୍ରଭାବ କେତେ ଗଭୀର ତାହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି । ଏମ୍ବିଏରେ ଗ୍ରାଜୁଏଟ୍ କରୁଥିବା ଜଣେ ଭାରତୀୟ ଯୁବକ ଦୀର୍ଘବର୍ଷ ଧରି ଅଷ୍ଟ୍ରେଲିଆରେ ଚାକିରୀ କରୁଛନ୍ତି । ଏବେ ଦେଶରେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ବିଦେଶରେ ରହୁଥିବା ଭାରତୀୟ ଭୋଟରମାନେ ଯେପରି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଯୁବକଙ୍କ ନାମ ସୁଧୀନ୍ଦ୍ର । ନିର୍ବାଚନରେ ମତଦାନ ପାଇଁ ସେ ଅତ୍ୟନ୍ତ ବ୍ୟାକୁଳ । କିନ୍ତୁ ତାଙ୍କୁ ଛୁଟି ଦେବାକୁ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି । ମୋଦିଙ୍କର ସେ ଜଣେ ବଡ ସମର୍ଥକ । ସେ ଏତେ ଗଭୀର ଭାବରେ ପ୍ରଭାବିତ ଯେ, ମୋଦିଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭାରତୀୟ ଆସିବା ନିମନ୍ତେ ଶେଷରେ ଚାକିରୀ ଛାଡି ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତରେ ଯେତେବେଳେ ବି ନିର୍ବାଚନ ହୁଏ ସେ ଭୋଟ ଦେବାକୁ ଭୁଲନ୍ତି ନାହିଁ । ଏଥର ୨୦୧୪ ଭଳି ମୋଦି ହାୱା ପ୍ରଭାବିତ ହେଉଛି, ଭାରତକୁ ଯାଇ ମୋଦିଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ସେ ବ୍ୟାକୁଳ । ୨୦୧୪ରେ ମଧ୍ୟ ବିଦେଶରୁ ଆସି କର୍ଣ୍ଣାଟକରେ ପହଞ୍ଚିଥିଲେ ଓ ମତଦାନ କରିଥିଲେ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଦେଶରେ ଏକ ନୂଆ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ପ୍ରତି ତାଙ୍କର ସମର୍ଥନ ରହିଛି । ମୁଁ ସୀମାନ୍ତରେ ଯୁଦ୍ଧ କରିନପାରେ କିନ୍ତୁ ଦେଶର ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୋଦିଙ୍କୁ ଭୋଟ୍ ଦେବା ଲାଗି ନିଶ୍ଚୟ ନିଜ ଦେଶକୁ ଯାଇପାରିବି । ଏଥିପାଇଁ ଚାକିରୀ ଛାଡିବା ଲାଗି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି । ସୁଧୀନ୍ଦ୍ରଙ୍କ ପତ୍ନୀ ମଧ୍ୟ ଚାକିରୀ କରନ୍ତି । ସୁଧୀନ୍ଦ୍ର କହିଛନ୍ତି ଯେ, ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେ ବାଙ୍ଗାଲୋରରେ ରହିବେ । ତା’ପରେ ନୂଆ ଚାକିରୀ ପାଇଁ ଉଦ୍ୟମ କରିବେ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...