Home ଦେଶ-ବିଦେଶ ଏବେ ବ୍ୟାଙ୍କରେ ବଦଳା ଯାଇ ପାରିବ ୨୦୦୦ ଓ ୨୦୦ ଟଙ୍କିଆ ଚିରା ନୋଟ୍

ଏବେ ବ୍ୟାଙ୍କରେ ବଦଳା ଯାଇ ପାରିବ ୨୦୦୦ ଓ ୨୦୦ ଟଙ୍କିଆ ଚିରା ନୋଟ୍

ନୂଆଦିଲ୍ଲୀ:ଏବେ ଆପଣ ନିଜର ୨୦୦ ଓ ୨୦୦୦ ଟଙ୍କିଆ  ଚିରା ଫଟା ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ। ଅର୍ଥ ମନ୍ତ୍ରଣାଳୟ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଆପଣଙ୍କର ୨୦୦ ଓ ୨୦୦୦ ଟଙ୍କିଆ ଫଟା ନୋଟକୁ ବଦଳାଇବାର ପଥ ପରିଷ୍କାର କରିଛି।  ଏ ନେଇ ଅଧିସୂଚନା ମଧ୍ୟ ଜାରି କରାଯାଇଛି।  ଆରବିଆଇ ମନ୍ତ୍ରଣାଳୟକୁ  ଚିରା ଫଟା ଓ ମଇଳା ନୋଟ୍ ବଦଳାଇବା ପାଇଁ  ଆରବିଆଇ ୨୦୦୯ ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା। ଏବେ ମନ୍ତ୍ରଣାଳୟ ଆରବିଆଇର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ନୂତନ ନିୟମ ଜାରି କରିଛି। ଏହା ପୂର୍ବରୁ ନିୟମ ଅନୁସାରେ କେବଳ ୧, ୨, ୫, ୧୦, ୨୦, ୫୦, ୧୦୦, ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାର ପ୍ରାବଧାନ ଥିଲା।ପୂର୍ବ ନିୟମରେ ବ୍ୟାଙ୍କ ୨୦୦୦ ଓ ୨୦୦ ଟଙ୍କିଆ ଚିରା ଫଟା ତଥା ପୁରୁଣା ନୋଟ୍ ବଦଳାଇବାର ନିୟମ ନଥିଲା। ନୋଟ୍ ବଦଳାଇବାର କାନୁନ ଆରବିଆଇ ଆକ୍ଟ ଧାରା ୨୮ ଅନ୍ତର୍ଗତରେ ଆସିଥାଏ। ଏଥିରେ ନୋଟବନ୍ଦୀ ପୂର୍ବରୁ ପ୍ରଚଳନ ସବୁ ନୋଟ ବଦଳାଇବାର ପ୍ରାବଧାନ ଥିଲା। ନୋଟବନ୍ଦୀ ପରେ ଆରବିଆଇ ଏଥିରେ କୌଣସି ପ୍ରକାର ସଂଶୋଧନ କରିନଥିଲା। ଏବେ ନୂତନ ସଂଶୋଧନରେ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ପ୍ରାବଧାନକୁ  ଯୋଡ଼ି ଦିଆଯାଇଛି। ଦୁଇ ହଜାର ଟଙ୍କିଆ ନୋଟକୁ ୨୦୧୬ ନଭେମ୍ବରରେ ନୋଟବନ୍ଦୀ  ଲାଗୁ ହେବା ପରେ ଜାରି କରାଯାଇଥିଲା। ୨୦୦ ଟଙ୍କିଆ ନୋଟକୁ  ୨୦୧୭ ସେପ୍ଟେମ୍ବରରେ ବଜାରକୁ ଛଡ଼ା ଯାଇଥିଲା। ସାରା ଦେଶର ଲୋକେ ଏହାକୁ ନେଇ ହଇରାଣ ହେଉଥିଲେ ଯେ ଏହି ନୂତନ ନୋଟକୁ ବଦଳାଯାଉ ନାହିଁ। ଏମିତି ନିୟମ ନଥିବା କାରଣରୁ ବ୍ୟାଙ୍କ ମଧ୍ୟ ଏହି ନୋଟ୍ ବଦଳାଇ ପାରୁନଥିଲା। ମାତ୍ର ଏବେ କାନୁନରେ ପରିବର୍ତ୍ତନ ପରେ ଲୋକଙ୍କୁ ବହୁତ ବଡ଼ ଆଶ୍ଵସ୍ତି ମିଳିଛି। ୨୦୦୦ ଟଙ୍କିଆ ନୋଟ୍ ଜାରି ହେବାର ଦୁଇ ବର୍ଷ ହୋଇ ସାରିଛି। ୨୦୦୦ ଓ ୨୦୦ ଟଙ୍କିଆ ନୋଟର ରଙ୍ଗ ଫିକା ପଡିବା ନେଇ ଅନେକ ସହରରେ ଅଭିଯୋଗ ମଧ୍ୟ ହୋଇଥିଲା ଯେ ବ୍ୟାଙ୍କ ତାଙ୍କର ଚିରା ଫଟା ନୋଟକୁ ବଦଳାଉନାହିଁ। ବ୍ୟାଙ୍କର କହିବା କଥା ନୋଟ୍ ବଦଳାଇବା ନେଇ ତାଙ୍କ ପାଖରେ ଆରବିଆଇର ଅନୁମତି ନାହିଁ। ଯଦ୍ଵାରା ଛୋଟ ବଡ଼ ବ୍ୟବସାୟୀ ସହିତ ଗ୍ରାହକଙ୍କୁ ମଧ୍ୟ ହଇରାଣ ହେବାକୁ ପଡ଼ୁଥିଲା।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...