Home ଦେଶ-ବିଦେଶ ମାତୃତ୍ୱର କଳଙ୍କ ଭୋଗୁଛନ୍ତି ରୋହିଙ୍ଗ୍ୟା ମହିଳା

ମାତୃତ୍ୱର କଳଙ୍କ ଭୋଗୁଛନ୍ତି ରୋହିଙ୍ଗ୍ୟା ମହିଳା

ଢାକା: ୩୩ ଦିନର ୟାସ୍ମିନକୁ କୋଳରେ ଧରି ସ୍ତନପାନ କରାଉ ଥିବାବେଳେ ମା’ ମେହେରଙ୍କ ଆଖିରୁ ଲୋତକ ଝରି ଆସୁଥିଲା । ମେହେରଙ୍କ ବୟସ ୨୫ ବର୍ଷ । ସ୍ୱାମୀଙ୍କ ଆଡ଼ୁ ସେ ଦୁଇଟି ସନ୍ତାନର ଜନନୀ । ଆଉ ୟାସ୍ମିନ୍! ସେ ଭୟଙ୍କର ରାତିର କଥା ଭାବିଲେ ମେହେରଙ୍କ ମନ ଓ ଶରୀର ଥରିଉଠେ । ୨୦୧୭ରେ ମେହେରଙ୍କ ଗର୍ଭରେ ୟାସ୍ମିନଙ୍କ ଅଙ୍କୁରୋଦଗମ ହୋଇଥିଲା । ମେହେର ଜଣେ ରୋହିଙ୍ଗ୍ୟା ମୁସଲିମ ମହିଳା । ମ୍ୟାଁନମାର ସେନା ଯବାନଙ୍କ ଦୁଷ୍କର୍ମର ଶିକାର ହେଲେ ମେହେର । ବିଗତ କିଛିବର୍ଷ ଧରି ମ୍ୟାନମାରରେ ରୋହିଙ୍ଗ୍ୟା ମୁସଲିମ ପରିବାର ଭେଦଭାବର ଶିକାର ହେଉଛନ୍ତି । ସେମାନଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦିଆଯାଇ ନାଗରିକତା ପ୍ରଦାନ କରାଯାଉନି । ମେହେରଙ୍କ ଭଳି ହଜାର ହଜାର ରୋହିଙ୍ଗ୍ୟା ମୁସଲିମ ପରିବାର ବୌଦ୍ଧବହୁଳମ୍ୟାନମାରରୁ ପଳାଇ ଆସି ଦକ୍ଷିଣ ବାଂଲାଦେଶର କକ୍ସ ବଜାରରେ ଆଶ୍ରୟ ନେଇଛନ୍ତି । ମ୍ୟାନମାରର ରାଖିନେ ପ୍ରଦେଶରେ ସେନା କାର୍ଯ୍ୟାନୁଷ୍ଠାନ ଚାଲିଥିବା ସମୟରେ ମେହେରଙ୍କ ଭଳି ବହୁ ମୁସଲିମ ମହିଳା ଯବାନଙ୍କ ଶ୍ୱେନଦୃଷ୍ଟିରେ ପଡ଼ିଥିଲେ । ଦୁଷ୍କର୍ମରୁ ଜନନୀ ହେବାପରେ ମେହେର ୟାସ୍ମିନକୁ ଜନ୍ମ ଦେଇଛନ୍ତି । ରୋହିଙ୍ଗ୍ୟାଙ୍କ ବିରୋଧରେ ମ୍ୟାନମାର ସରକାରଙ୍କ ଏ ପ୍ରକାର ଜାତିଆଣ ହିଂସାର ଅନ୍ତ କେବେ? ମିଳିତ ଜାତିସଂଘ ମଧ୍ୟ ଅତ୍ୟାଚାରିତ, ନିର୍ଯାତିତ ରୋହିଙ୍ଗ୍ୟାଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେମାନଙ୍କ ଥଇଥାନ ସମ୍ପର୍କରେ ଚିନ୍ତା କରୁଛନ୍ତି । ମ୍ୟାନମାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖପାତ୍ର ଜାଉ ଟେ’ଙ୍କ ମତରେ ସେନାର ମାନବିକ ଅଧିକାର ଉଲ୍ଲଙ୍ଘନ କାର୍ଯ୍ୟର କୌଣସି ପ୍ରମାଣ ନାହିଁ । ମ୍ୟାନମାର ସରକାରଙ୍କ ଯୁକ୍ତି ହେଲା, ଆରକନ୍ ରୋହିଙ୍ଗ୍ୟା ସାଲଭେସନ୍ ଆର୍ମି (ଏଆରଏସ୍ଏ) ନାମକ ଆତଙ୍କବାଦୀ ସଂଗଠନ ୨୦୧୭ ଅଗଷ୍ଟରେ ସରକାରଙ୍କ ବିରୋଧରେ ହିଂସାତ୍ମକ ଆଚରଣ କରିଥିଲା । ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ମ୍ୟାନମାର ସେନାକୁ ନିୟୋଜିତ କରାଯାଇଥିଲା । ଏବେ ସାମ୍ବିଧାନିକ କମିଶନ୍ ଉକ୍ତ ମାମଲାର ନିରପେକ୍ଷ ତଦନ୍ତ କରି ଆଇନାନୁମୋଦିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମ୍ୟାନମାର ସରକାର କହିଛନ୍ତି । ରୋହିଙ୍ଗ୍ୟା ଜନତାଙ୍କୁ ଦୁଷ୍କର୍ମ, ନିର୍ଯାତନା, ହତ୍ୟା ପରି ଗୁରୁତର ଅଭିଯୋଗକୁ ମ୍ୟାନମାର ସେନା ଖଣ୍ଡନ କରିଛି । ଦକ୍ଷିଣ ବାଂଲାଦେଶର କକ୍ସ ବଜାର ଏବେ ବିଶ୍ୱର ଅନ୍ୟତମ ବୃହତ ଶରଣାର୍ଥୀ ଶିବିର । ମେହେରଙ୍କ ସ୍ୱାମୀଙ୍କ ଆଡ଼ୁ ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ବୟସ ପାଞ୍ଚବର୍ଷ ଓ ଦୁଇବର୍ଷ । ପାଞ୍ଚଘଞ୍ଚଣ୍ଟା ଧରି ଗର୍ଭବେଦନା ସହିବା ପରେ ୟାସ୍ମିନ ଜନ୍ମ ନେଲା । ଶରଣାର୍ଥୀଙ୍କ ଶିବିରରେ ଆଶ୍ରିତଙ୍କ ପାଇଁ ଡାକ୍ତରୀ ସେବା ସ୍ୱପ୍ନ ପ୍ରାୟ । ପାର୍ବତ୍ୟାଞ୍ଚଳ କକ୍ସ ବଜାରରେ ମୁଣ୍ଡ ଗୁଞ୍ଜିବାକୁ ବାଂଲା ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ନାହିଁ । ଉପରେ ଖୋଲା ଆକାଶ ଓ ତଳେ ମାଟି, ଏହାରି ଭିତରେ ସେମାନଙ୍କୁ ରହିବାକୁ ପଡ଼ୁଛି । ପେଟପାଟଣା ଅଭାବରୁ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇପଡ଼ୁଛି । ହାତରେ କାମ ନଥିବାରୁ ରୋହିଙ୍ଗ୍ୟା ପରିବାରଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ୁଛି । ଜୀବନ ବିକଳରେ ମ୍ୟାନମାର ଛାଡ଼ିଲେ, ହେଲେ ବାଂଲାରେ ସେମାନଙ୍କୁ ଆହା କହିବାକୁ କେହି ନାହାନ୍ତି । ବାଂଲା ସରକାର ସୀମା ଖୋଲିଦେଲେ ସିନା; ରୋହିଙ୍ଗ୍ୟାଙ୍କ ପେଟର ଯନ୍ତ୍ରଣା ଉପଶମ ପାଇଁ କର୍ମସଂସ୍ଥାନ ଯୋଗାଇଦେବା ଉଚିତ ନୁହେଁ କି? କେବଳ ବାଂଲା ନୁହେଁ, ମିଳିତ ଜାତିସଂଘ ଏ ଦିଗରେ ସହାୟତା କରିବା ଜରୁ ୀ । ୟାସ୍ମିନକୁ ଅବାଞ୍ଛିତ କହିବାକୁ ମେହେରଙ୍କ ଜିଭ ଲେଉଟୁନି । କେମିତି ବା ଲେଉଟିବ? କେଉଁ ଏକ ନରପିଶାଚର ରକ୍ତ ତାଙ୍କ ଗର୍ଭରେ ସ୍ଥାନ ନେଲା ସତ; କିନ୍ତୁ ସେହି ଭ୍ରୁଣଟି ଯେ ତାଙ୍କ ଶରୀରରୁ ରକ୍ତମାଂସ ନେଇ ବିକଶିତ । ପିଲାଟିକୁ କୋଳରେ ଧରି ମେହେର ବଞ୍ôଚବାର ନୂଆ ସକାଳକୁ ଅପେକ୍ଷା କରିଛନ୍ତି ।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...