Home ଦେଶ-ବିଦେଶ ଆର୍‌ଜେଡି ମୁଖ୍ୟ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଆର୍‌ଜେଡି ମୁଖ୍ୟ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। ମୁମ୍ବାଇରେ ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ସଂକ୍ରମଣ କାରଣରୁ ଲାଲୁଙ୍କ ଶରୀର ବିଗିଡ଼ିବାରେ ଲାଗିଛି। ଲାଲୁଙ୍କ ପାଇଁ ତାଙ୍କ ସମର୍ଥକମାନେ ଆରୋଗ୍ୟ କାମନା କରିଛନ୍ତି। ବିଦେଶରୁ ଡାକ୍ତର ଆସି ତାଙ୍କର ଚିକିତ୍ସା କରୁଛନ୍ତି। ଲାଲୁ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ସୋଶାଲ ମିଡିଆରେ ପ୍ରତିକ୍ରିୟା ଆସୁଛି। ଲାଲୁଙ୍କ ପାଖରେ ତାଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଅଛନ୍ତି।୭୦ ବର୍ଷୀୟ ଲାଲୁଙ୍କ ପାଇଁ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ତେଜସ୍ୱୀ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସ ନେତା ସଞ୍ଜୟ ନିରୁପମ, ରାଜୀବ ଶୁକ୍ଳା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅଭିନେତା ରିତେଶ ଦେଶମୁଖ୍‌ଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ତେଜସ୍ୱୀ। ସୂଚନା ଯୋଗ୍ୟ ଯେ, ପୂର୍ବରୁ ୨୦୧୪ରେ ଏହି ହସପିଟାଲରେ ଲାଲୁଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା।ଏହି ହସପିଟାଲଟି ହାର୍ଟ ଚିକିତ୍ସା ପାଇଁ ପ୍ରସିଦ୍ଧ। ଲାଲୁଙ୍କର ସହଯୋଗୀ ତଥା ଆଜେଡିର ମହାସଚିବ ଭୋଲା ଯାଦବ କହିଛନ୍ତି ଫୁଡ୍‌ ପଏଜନ୍‌ ଯୋଗୁ ଲାଲୁଙ୍କ ଅଧିକ ଆଣ୍ଟିବାୟୋଟିକ୍‌ ନେବାକୁ ପଡ଼ୁଛି। ସେହିପରି ଲାଲୁଙ୍କ ପୁଅ ତେଜସ୍ୱୀ ଟ୍ୱିଟ୍‌ କରି କହିଛନ୍ତି ତାଙ୍କ ବାପା ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...