National/International

ଜାନୁୟାରୀ ୬ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

  •  
  • 1
  •  
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ/ଓ୍ବାଶିଂଟନ : ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜାନୁୟାରୀ ୬ରେ ହେବ। ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଏହା ଭାରତୀୟ ସମୟ ଭୋର୍‌ ୪ଟା ୫ରୁ ପୂର୍ବାହ୍ନ ୯ଟା ୧୮ ପର୍ଯ୍ୟନ୍ତ ସମ୍ପନ୍ନ ହେବ। ଏହାର ପ୍ରଭାବରେ ମିଥୁନ, କର୍କଟ, ସିଂହ, ତୁଳା, ବିଛା, ମକର, ମୀନ ଆଦି ରାଶିଜାତ ବ୍ୟକ୍ତିଙ୍କ ସୌଭାଗ୍ୟ ବୃଦ୍ଧି ହେବ ବୋଲି ଜ୍ୟୋତିଷଶାସ୍ତ୍ରୀ ମତ ଦେଇଛନ୍ତି। ଏହା ୟୁରୋପ, ମଧ୍ୟ ଏସିଆ, ଆଫ୍ରିକା, ଆମେରିକା ଆଦିରେ ଦୃଷ୍ଟି ଗୋଚର ହେବ। ଚଳିତ ବର୍ଷ  ୩ଟି ସୂର୍ଯ୍ୟପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦ୍ୱିତୀୟ ସୂର୍ଯ୍ୟପରାଗ ଜୁଲାଇ ୨ରେ ଭାରତୀୟ ସମୟ ରାତି ୧୧ଟା ୩୧ରୁ ୨ଟା ୧୭ ପର୍ଯ୍ୟନ୍ତ ସଂଗଠିତ ହେବ। ସେହିପରି ତୃତୀୟ ପରାଗ ଡିସେମ୍ବର ୨୬ ଭାରତୀୟ ସମୟ ସକାଳ ୮ଟା ୧୭ରୁ ପୂର୍ବାହ୍ନ ୧୦ଟା ୫୭ ପର୍ଯ୍ୟନ୍ତ ସଂଗଠିତ ହେବ। ଚଳିତ ବର୍ଷ ୨ଟି ଚନ୍ଦ୍ର ଗ୍ରହଣ ସମ୍ପନ୍ନ ହେବ। ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୨୧ ପୂର୍ବାହ୍ନ ୯ଟା ୩ରୁ ମଧ୍ୟାହ୍ନ ୧୨ଟା ୨୦ ପର୍ଯ୍ୟନ୍ତ ସଂଗଠିତ ହେବ। ସେହିପରି ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଜୁଲାଇ ୧୬ ମଧ୍ୟାହ୍ନ ୧ଟା ୩୧ରୁ ଅପରାହ୍ନ ୪ଟା ୪୦ ପର୍ଯ୍ୟନ୍ତ ସଂଗଠିତ ବୋଲି କୁହାଯାଉଛି। ଭାରତକୁ ଜୁଲାଇ ୧୬ରେ ହେଉଥିବା ଖଣ୍ଡଗ୍ରସ୍ତ ଚନ୍ଦ୍ରଗ୍ରହଣ ଏବଂ ଡିସେମ୍ବର ୨୬ରେ ହେବାକୁଥିବା ଖଣ୍ଡଗ୍ରସ୍ତ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...