Home ଦେଶ-ବିଦେଶ କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ନୂଆଦିଲ୍ଲୀ : ଆଜି କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ  କାମତଙ୍କର ୬୩ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କୁ ଆଜି ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ପ୍ରାଇମସ ହସ୍ପିଟାଲରେ ଭର୍ତି କରାଯାଇଥିବା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଲ ଇଣ୍ଡିଆ କଂଗ୍ରେସ କମିଟିର ମହାସଚ୍ଚିବ ଏବଂ କଂଗ୍ରେସ ୱାର୍କିଙ୍ଗ କମିଟିର ସଦସ୍ୟ ଥିଲେ ଗୁରୁଦାସ  । ମୁମ୍ବାଇର କୁର୍ଲା ଅଂଚଳରେ ରହୁଥିବା ଗୁରୁଦାସ କାମତ ନେହେରୁ ଗାନ୍ଧୀ ପରିବାରର ସମ୍ପର୍କୀୟ ଥିଲେ । ସେ ୧୯୭୨ରେ ନିଜ କ୍ୟାରିୟରର ଆରମ୍ଭ ଅଧିବକ୍ତା ଭାବରେ  କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଂଟସ ୟୁନିଅନ ଅଫ ଇଣ୍ଡିଆ ରେ ସାମିଲ ହୋଇଥିଲେ । ୧୯୭୬ରେ ଏନଏସୟୁଆଇରେ ମୁମ୍ବାଇ ଶାଖାର ପ୍ରମୁଖ ଥିବା ସହ ୧୯୮୭ ମସିହାରେ ସେ ୟୁଥ କଂଗ୍ରେସର ମୁଖ୍ୟ ଥିଲେ ।  କାମତ ୨୦୦୯ରେ ଉତର ପଶ୍ଚିମ ମୁମ୍ବାଇର ଲୋକସଭା ସାଂସଦ ଥିଲେ । ସେ ୨୯ ବର୍ଷ ବୟସରେ ଉତର ପୂର୍ବ ମୁମ୍ବାଇରେ ଲୋକସଭା ନିର୍ବାଚନରେ ସୁବ୍ରମଣ୍ୟମ ସ୍ୱାମୀ ଏବଂ ପ୍ରମୋଦ ମହାଜନଙ୍କୁ ପରାସ୍ତ କରିଥିଲେ । ସେ ୧୯୮୪, ୧୯୯୧, ୧୯୯୮ ଓ ୨୦୦୪ରେ ମଧ୍ୟ ଉତର ପୂର୍ବ ମୁମ୍ବାଇରେ ଲୋକସଭା ସାଂସଦ ଭାବେ କାର୍ଯ୍ୟ କରି ସାରିଛନ୍ତି ।  ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଥିଲେ । ତାଙ୍କୁ ଭାରତ ସରକାର ୧୫ତମ ଲୋକସଭାର ମନ୍ତ୍ରୀମଣ୍ଡଳରେ ସଂଚାର ଏବଂ ସୂଚନା ପ୍ରାଦୌଗିକ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ କରିଥିଲେ । କିନ୍ତୁ ୨୦୧୧ ଜୁଲାଇରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...