National/International

ନଣଦଙ୍କ ପ୍ରେମରେ ଭାଉଜ, ପତିଙ୍କ ଅଭିଯୋଗ ମୋତେ ମିଳୁନି ଶାରୀରିକ ସୁଖ

  •  
  •  
  •  
  •  
  •  
  •  
  •  

କାନପୁର : ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକ ନିଜର ପତ୍ନୀର ନାମରେ ଏକ ମାମଲା ଦାଏର କରିଛନ୍ତି । ବ୍ୟକ୍ତିଜଣକ ତାଙ୍କ ପତ୍ନୀ ନାମରେ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କର ପଡୋଶା ଘରର ଭଉଣୀ ସହ ଶାରୀରିକ ସମ୍ବନ୍ଧ ରଖୁଛି । ସେ ମୋ ପ୍ରତି ଧ୍ୟାନ ଦେଉନାହିଁ । ଯୁବକ ଜଣେ ସୋମବାର ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯୁବକ ଜଣ ୫ ମାସ ଆଗରୁ ବିବାହ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତି କରି କହିଛି ଯେ, ବିବାହ କିଛି ଦିନ ପରେ ଦୁଇଜଣଙ୍କ ସାଂସାରିକ ଜୀବନ ଠିକ୍ ଭାବରେ ଥିଲା । କିନ୍ତୁ କିଛି ଦିନ ପରେ ଏସବୁ ଓଲଟପାଲଟ ହୋଇଥିଲା । ଯେତେବେଳେ ତାଙ୍କ ପତ୍ନୀ ପଡୋଶୀ ଭଉଣୀଙ୍କୁ ଭେଟିବା ଓ ତା’ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କଲେ ସେ ଦିନଠାରୁ ତାଙ୍କର ବୈବାହିକ ଜୀବନରେ ଝଡ ସୃଷ୍ଟି ହେଲା । ଯୁବକ ଜଣକ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି ଯେ, ଯେଉଁ ଦିନଠାରୁ ସେ ମୋ ଭଉମୀ ସହ ସଂପର୍କ ରଖିଲେଣି ସେହି ଦିନଠାରୁ ଆମର ଶାରୀରିକ ସମ୍ବନ୍ଧ ଠିକ୍ ଭାବରେ ହେଉନାହିଁ । ଘର ପାଖରେ ରହୁଥିବା ଭଉଣୀ ପାଖକୁ ତାଙ୍କ୍ ସ୍ତ୍ରୀ ଲୁଚିଛପି ଯା’ନ୍ତି । ଏ କଥା ପ୍ରଘଟ ହେବା ପରେ ସମାଜ ତାଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଏବେ ସମଲିଙ୍ଗ ଉପରେ ସୁପ୍ରିମକୋର୍ଟ ରାୟ ଦେବା ଦେବା ପରେ ସେମାନେ ଏବେ ଖୁଲମ୍ଖୁଲା ମିଶୁଛନ୍ତି । ଏହି ଶନିବାର ଦିନ ଆମ ଘର ଲୋକ ସେମାନଙ୍କୁ ଏକାଠି ସମ୍ବନ୍ଧ ରଖୁଥିବା ସମୟରେ ଧରିଥିଲେ । କିନ୍ତୁ ଏନେଇ ସେ ତାଙ୍କ ପତ୍ନୀଙ୍କ ଉପରେ ରାଗିବାରୁ ସେ ଆତ୍ମହତ୍୍ୟା କରିବାର ଧମକ ଦେଉଛନ୍ତି । ପରିବାର ଲୋକ କହିଛନ୍ତି ଯେ, ତାଙ୍କର ଦୁହିଁଙ୍କ ଭିତରେ କ’ଣ ଚାଲିଛି ଆମକୁ ଜଣାନାହିଁ । କିନ୍ତୁ ଆମର ପୁଅ ତା’ପତ୍ନକୁ ରଖିବାକୁ ଚାହୁଁଥିଲା । କିନ୍ତୁ ସେ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି । ପୁଲିସ କହିଛି ଏହି ମାମଲାର ଏବେ ଯାଞ୍ଚ ଚାଲିଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...