National/International

କଂଗ୍ରେସର ଭାରତ ବନ୍ଦ ପାଳନ : ଜନଜୀବନ ପ୍ରଭାବିତ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ଦ୍ରୁତ ବୃଦ୍ଧି ଯୋଗୁଁ ସୋମବାର ସକାଳୁ କଂଗ୍ରେସ ଏବଂ ୨୧ଟି ରାଜନୈତିକ ଦଳ ‘ଭାରତ ବନ୍ଦ’ ପାଳନ କରୁଛନ୍ତି। ଜନସାଧାରଣଙ୍କ ଅସୁବିଧା ନ ହେବା ପାଇଁ ଅତ୍ୟାବଶ୍ୟକ ଏବଂ ଜରୁରୀ ସେବା ବ୍ୟାହତ ହେବ ନାହିଁ ବୋଲି ରାଜନୈତିକ ଦଳ ସବୁ ପ୍ରତିଶ୍ରୁତି ଦେଇଥିଲେ ବି ଦେଶର ଅନେକ ଅଞ୍ଚଳରେ ଲୋକମାନଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ବନ୍ଦ ଯୋଗୁଁ କର୍ଣ୍ଣାଟକ ଏବଂ ଓଡ଼ିଶାରେ ସରକାର ଶିକ୍ଷାକେନ୍ଦ୍ର ପାଇଁ ଛୁଟି ଘୋଷଣା କରିଛନ୍ତି। ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ କହିଛି ଯେ ଧର୍ମଘଟ ନ ହୋଇ ରାଲି କରାଯିବ। ସମଗ୍ର ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନପୂର୍ବକ ବନ୍ଦ ପାଳନ ଚାଲିଥିବା ବେଳେ ବିଭିନ୍ନ ଆଡୁ କିଛି ଘଟଣ ଅଘଟଣ ଖବର ପହଞ୍ଚୁଛି। ଓଡ଼ିଶାର ସମ୍ବଲପୁରରେ କଂଗ୍ରେସ କର୍ମୀମାନେ ଟ୍ରେନ୍‌ ଅଟକାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିରୋଧୀଦଳର କର୍ମୀମାନେ ବନ୍ଦ ପାଳନ କରିବା ସହ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...