National/International

ଅଟଳ ଜୀ ଆଉ ନାହାଁନ୍ତି

  •  
  • 1
  •  
  •  
  •  
  •  
  •  
    1
    Share
ନୂଆଦିଲ୍ଲୀ:ଦୀର୍ଘ ଦିନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୯୩ ବର୍ଷ ବୟସରେ ଅଟଳ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ଗତକାଲିଠୁ ତାଙ୍କ ସ୍ଵାସ୍ଥ୍ୟରେ ବହୁତ ଅବନ୍ନତି ଘଟିଥିଲା। ଗତକାଲିଠୁ ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଦେଖାଯାଇନଥିଲା। ଅାଜି ସନ୍ଧ୍ୟା ୫ଟା ୫ ମିନିଟରେ ଅଟଳ ଶେଷ ନିଦ୍ରାରେ ଶୋଇଛନ୍ତି।ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ, ମୂତ୍ର ଓ କିଡନୀ ସଂକ୍ରମଣ କାରଣରୁ ବାଜପେୟୀଙ୍କୁ ଜୁନ ୧୧ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସଂକଟାପନ୍ନ ସ୍ଵାସ୍ଥ୍ୟବସ୍ଥାକୁ ଦେଖି ପରିଜନଙ୍କୁ ପୂର୍ବରୁ ହସ୍ପିଟାଲ ଡକାଇ ଦିଆଯାଇଥିଲା।  ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ଦେଖି ପୂର୍ବରୁ ବିଜେପି ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗୁରୁବାର ପୂର୍ବାହ୍ନରେ  ଏମ୍ସ ପହଞ୍ଚି ଅଟଳଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଲାଲକୃଷ୍ଣ ଆଡଭାନୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ଵାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ନେତା ଆଜି ଏମ୍ସ ପହଞ୍ଚି ବାଜପେୟୀଙ୍କୁ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହି ପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରି ଦିଲ୍ଲୀ ପହଞ୍ଚିଛନ୍ତି।ଅଟଳ ବିହାରୀ ବାଜପେୟୀଙ୍କ ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ନିଜର ସମସ୍ତ କାର୍ୟ୍ୟକ୍ରମ ବାତିଲ କରାଯାଇଛି। ଏହା ବ୍ୟତୀତ ବିଜେପି ଶାସିତ ସମସ୍ତ ରାଜ୍ୟରେ ରାଜ୍ୟ ସରକାର ସମସ୍ତ କାର୍ୟ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି।
  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...